ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ବିଲ୍ ପାସ୍ କରିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପ୍ରଦାନ ବଦଳରେ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାୟଗଡ଼ା ଆରଡବ୍ଲ୍ୟୁଡି-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଓଡ଼ିଶା
ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ     ପଟ୍ଟନାୟକ ଗିରଫ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ବିଲ୍ ପାସ୍ କରିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ଭାଗ

ନେବା ପାଇଁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପ୍ରଦାନ ବଦଳରେ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ

ଟଙ୍କା ଲାଞ୍ଚ ନେଉଥିବା ବେଳେ ରାୟଗଡ଼ା ଆରଡବ୍ଲ୍ୟୁଡି-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଓଡ଼ିଶା

ଭିଜିଲାନ୍ସ ଗିରଫ କରିଛି। ତଲାସି ସମୟରେ ଅତିରିକ୍ତ ୩.୩୯ ଲକ୍ଷ ଟଙ୍କା ନଗଦ ଜବତ ଏବଂମୋଟ ଜବତ ରାଶି ୫.୩୯ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା

ମିଳିଛି ।

ଗତକାଲି 23 ତାରିଖ ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲାର

ଆରଡବ୍ଲ୍ୟୁଡି-୧ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ

ଗିରଫ କରିଛି। ସେ ଜଣେ ଠିକାଦାରଙ୍କଠାରୁ କାମ ସମ୍ବନ୍ଧୀୟ ବିଲ୍ ପାସ୍ କରିବା ଏବଂ ଟେଣ୍ଡର

ପ୍ରକ୍ରିୟାରେ ଭାଗ ନେବା ସୁବିଧା ପାଇଁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପ୍ରଦାନ ବଦଳରେ ୨

ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ।

ଅଭିଯୋଗକାରୀ ଠିକାଦାର ଦୀର୍ଘଦିନ ଧରି ତାଙ୍କ ନାମରେ କାର୍ଯ୍ୟ

ଅଭିଜ୍ଞତା ପ୍ରମାଣପତ୍ର ଜାରି କରିବାକୁ ଅନୁରୋଧ କରୁଥିଲେ। କିନ୍ତୁ ଅଭିଯୁକ୍ତ ନିର୍ବାହୀ

ଯନ୍ତ୍ରୀ ୫୦ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ଏବଂ ନୂତନ ଟେଣ୍ଡରରେ ଭାଗ ନେବା ପାଇଁ

ପ୍ରମାଣପତ୍ର ଦେବା ବଦଳରେ ୨.୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଠିକାଦାର ଏତେ ଟଙ୍କା

ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ଆଲୋଚନା ପରେ ଲାଞ୍ଚ ରାଶିକୁ ୨ ଲକ୍ଷ ଟଙ୍କାକୁ କମାଇ

ଦିଆଯାଇଥିଲା।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ

ଅବଗତ କରାଇଥିଲେ। ଏହାପରେ ଗତ ରାତିରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଅଭିଯୁକ୍ତ ପ୍ରସନ୍ନ

କୁମାର ପଟ୍ଟନାୟକଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା। ତାଙ୍କ ନିକଟରୁ

ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଜବତ କରାଯାଇଛି।

ଗିରଫ ପରେ ତାଙ୍କ ଭୁବନେଶ୍ୱରସ୍ଥିତ ନନ୍ଦନ ବିହାର, ବସୁନ୍ଧରା କଲୋନୀର ପ୍ଲଟ୍ ନଂ–୨୮୬/୧୧ରେ ଥିବା ବାସଭବନ, ନୟାଗଡ଼ର ପୈତୃକ ଗ୍ରାମ ଉଦୟପଥୋ ଲେନ୍, ପିଡବ୍ଲ୍ୟୁଡି ରୋଡ଼ର ଘର, ରାୟଗଡ଼ାସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ

କକ୍ଷରେ ଏକକାଳୀନ ତଲାସି ଆରମ୍ଭ କରାଯାଇଥିଲା।

ତଲାସି ସମୟରେ ରାୟଗଡ଼ାର ସରକାରୀ ବାସଭବନରୁ ଅତିରିକ୍ତ ୩.୩୯ ଲକ୍ଷ

ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ମୋଟ ଜବତ ନଗଦ ରାଶି ୫.୩୯ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଉଲ୍ଲେଖନୀୟ ଯେ, ଅଭିଯୁକ୍ତ ଅଧିକାରୀ ୩୦ ଜୁନ୍ ୨୦୨୬ରେ ଅବସର ଗ୍ରହଣ

କରିବାକୁ ଥିଲେ।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା ମାମଲା ନଂ–୧୨/୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ଅଭିଯୁକ୍ତ ନିର୍ବାହୀ

ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି

ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande