କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ
ଭୁବନ, ୨୫ ଜୁନ୍ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ କାରରୁ ୨୧୦ ଲିଟର ଦେଶୀ ମଦ ଜବତ ହେବା ସହ ଘଟଣାରେ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅଞ୍ଚଳରେ ଗତ କିଛି
କାର


ଭୁବନ, ୨୫ ଜୁନ୍ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ କାରରୁ ୨୧୦ ଲିଟର ଦେଶୀ ମଦ ଜବତ ହେବା ସହ ଘଟଣାରେ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅଞ୍ଚଳରେ ଗତ କିଛି ଦିନ ହେଲା ଜୋରଦାର ଚଢ଼ଉ ଚାଲିଛି। ଭୁବନ ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ର ବୁଧବାର ରାତି ପାଟ୍ରୋଲିଂରେ ଯାଇଥିବା ବେଳେ ଏକ କାର ରେ ବିପୁଳ ଦେଶୀ ମଦ ଆସୁଥିବା ଖବର ପାଇ ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଠାରେ ଓଡ଼ି୦୨ ଏ ଜେ ୧୭୯୧ ନମ୍ବର ବିଶିଷ୍ଟ କାର କୁ ଅଟକ ରଖି ଚଢ଼ଉ କରି ୨୧୦ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟ।ଳୟକୁ ଆଣିଥିଲେ । କେଶ୍ ନଂ ୪୫/୨୦୨୬-୨୭ ରେ ମାମଲା ରୁଜ୍ଜୁ କରିବା ସହ ଗିରଫ ବ୍ୟକ୍ତି କଟକ ଜିଲ୍ଲା ଆଠଗଡ ଥାନା ଅରଖପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ, କୋରଙ୍ଗ ଗ୍ରାମର କମଳ ସାହୁ ଏବଂ ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଗନ୍ଦିଆ ଗ୍ରାମର ଜିତେନ୍ଦ୍ର ସାହୁଙ୍କୁ ଗୁରୁବାର ଭୁବନ ଜେ ଏମ୍ ଏଫ୍ ସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପାଇଁ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି ।

ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ ଏ ଏସ ଆଇ ଶମ୍ଭୁ ପ୍ରସାଦ ନାୟକ, କନଷ୍ଟେବଳ ଲିଟୁ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନା ଓ ଗନ୍ଦିଆ ଅବକାରୀ କର୍ମଚାରୀମାନେ ଏହି ଚଢ଼ଉରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande