ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ
ଭୁବନେଶ୍ୱର, 25 ଜୁନ୍ (ହି.ସ.) - ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସୁଜାତା କାର୍ତ୍ତିକେୟନ ବିଜେଡିରେ
ବିଜେଡିରେ ମିଶିଲେ     ସୁଜାତା କାର୍ତ୍ତିକେୟନ


ଭୁବନେଶ୍ୱର, 25 ଜୁନ୍ (ହି.ସ.) - ବିଜେଡିରେ

ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ

ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସୁଜାତା

କାର୍ତ୍ତିକେୟନ ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ସେ

କହିଛନ୍ତି ଯେ, ସୁଜାତା ଜଣେ

ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ। ଆସନ୍ତା ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି ।

ସେ କହିଛନ୍ତି ଯେ, ସେ ଜଣେ ଆଇଏଏସ୍ ଅଧିକାରୀ ଥିଲେ ଏବଂ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ

ପଦବୀରେ କାର୍ଯ୍ୟ କରିଛନ୍ତି। ତାଙ୍କର ଶେଷ ପଦବୀରେ ସେ ରାଜ୍ୟର ଅନେକ ମହିଳାଙ୍କ କଲ୍ୟାଣ ଓ

ସମ୍ବନ୍ଧିତ କାର୍ଯ୍ୟର ଦାୟିତ୍ୱରେ ଥିଲେ। ସମୟ ସହିତ ସେ ଦଳର ନୂତନ ଭୂମିକା ସହ ଖାପ ଖୁଆଇ ନେବେ

ଏବଂ ବିଶେଷକରି ମହିଳାମାନଙ୍କ ସମେତ ସାଧାରଣ ଲୋକଙ୍କ ସେବା କରିବାରେ ଅଧିକ ସକ୍ରିୟ ହେବେ।

ଅନ୍ୟପଟେ ଦଳରେ

ମିଶିବା ପରେ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, ଦୀର୍ଘ 24 ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ

ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ

ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠା ସହ କାମ କରିବି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande