୧୨ ଫୁଟିଆ ଚୁନାଟ ପଟା ବାଡ଼ିଆ ଶେଷ, ପ୍ରଭାରେ ରୂପ ଖୋଦେଇ ଜାରୀ
ପୁରୀ, ୨୬ ଜୁନ୍ (ହି.ସ.)- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର
୧୨ ଫୁଟିଆ ଚୁନାଟ ପଟା ବାଡ଼ିଆ ଶେଷ ପ୍ରଭାରେ ରୂପ ଖୋଦେଇ ଜାରୀ


୧୨ ଫୁଟିଆ ଚୁନାଟ ପଟା ବାଡ଼ିଆ ଶେଷ ପ୍ରଭାରେ ରୂପ ଖୋଦେଇ ଜାରୀ


୧୨ ଫୁଟିଆ ଚୁନାଟ ପଟା ବାଡ଼ିଆ ଶେଷ ପ୍ରଭାରେ ରୂପ ଖୋଦେଇ ଜାରୀ


ପୁରୀ, ୨୬ ଜୁନ୍ (ହି.ସ.)- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଶୁକ୍ରବାର ରଥ ନିର୍ମାଣର ୬୭ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ବିଶ୍ବକର୍ମା ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ୧୨ ଫୁଟିଆ ଚୁନାଟ ପଟା ବାଡ଼ିଆ ଶେଷ ହୋଇଛି । ଏଥିସହ ପ୍ରଭାରେ ରୂପକାର ସେବକ ମାନେ ରୂପ ଖୋଦେଇ ଜାରୀ ରଖିଛନ୍ତି ।ଗୁରୁବାର ସୁଦ୍ଧା ତିନିରଥର ପାରାଭାଡ଼ିକୁ ମିଶାଇ ତିନି ରଥରେ ପୋଟଳ ସେଟିଙ୍ଗ ଶେଷ ହେବାସହ ତିନିରଥର ବେଦୀ ନିର୍ମାଣ ପାଇଁ ପାଞ୍ଚୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣି ପଡିବାସହ ତିନିରଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ତିନିରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ପାଞ୍ଚଗୋଟି ଜଗତ ପୃଷ୍ଠ ସେଣୀ ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା। ବେଦୀ ପରିସରକୁ ବଢ଼ାଇବା ପାଇଁ ଆଜି ତିନିରଥର ମହାରଣା ସେବକ ମାନେ ସେଣୀ ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନିଗୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରିଛନ୍ତି। ବେଦୀରେ ପଟାପଡ଼ିବା ବାକି ରହିଛି। ଆଜି ତିନି ରଥର ମହାରଣା ସେବକ ମାନେ ତିନି ରଥର କନକ ମୁଣ୍ଡି ବସିବା ପାଇଁ ତାର ପୂର୍ବ ପ୍ରସ୍ତୁତି ସ୍ବରୂପ ତିନି ରଥ ଛ ' କାଠି ତଳ ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ୧୨ ଫୁଟିଆ ଓସାରିଆ ପଟା (ଚୁନାଟ ପଟା) ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି। ତିନିରଥର କନକ ମୁଣ୍ଡି ସେଟିଙ୍ଗ ପାଇଁ ଚାରି ପାର୍ଶ୍ୱରେ ୪ ଗୋଟି ଲେଖାଏଁ ୧୬ ଗୋଟି କାଣ୍ଡ ସେଟିଙ୍ଗ କରାଯାଇ କନକ ମୁଣ୍ଡି ସ୍ଥାପନ କରାଯିବ। ମୁଖ୍ୟ ରୂପକାର ସେବକ ଏବଂ ସହଯୋଗୀ ରୂପକାର ସେବକ ମାନେ ମିଶି ତିନିରଥର ପ୍ରଭାରେ ରୁପ ଖୋଦେଇ ଜାରୀ ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନିରଥର ୪ ଗୋଟି ଲେଖାଏଁ ୧୨ ଗୋଟି ଦୁଆର ବେଢ଼ାରେ ଧଳା ପ୍ରାଇମର ଦେବା କାର୍ଯ୍ୟ ଶେଷ କରି ସେଥିରେ ମୁଖ୍ୟ ଚିତ୍ରକାର ସେବକ ମାନେ ରାହୁ ମୁଖ ମୁଖ ସହ ଛାୟା, ମାୟା ଚିତ୍ର ଅଙ୍କନ ଜାରୀ ରଖିଛନ୍ତି। ନାଟଗୋଡ଼ ଗୁଡିକରେ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ତିନିରଥ ଦୁଆର ବେଢ଼ା ରଥ ଉପରକୁ ଉଠିବା । ଏଥିସହ ଚିତ୍ରକାର ସେବକ ମାନେ ତିନିରଥର ୨୪ ଗୋଟି ନାଟ ଗୋଡ଼ରେ ରୂପ ଖୋଦେଇରେ ରଙ୍ଗ କାର୍ଯ୍ୟ ସହ ରଥ ପାର୍ଶ୍ୱ ଦେବ ଦେବୀ ପ୍ରତିମା, ସଖୀ, ଅଁଳା, କନ୍ୟା ପଟା, ଇତ୍ୟାଦିର ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନି ରଥର ପ୍ରଭା କଣ୍ଟା, ବେଦୀ କଣ୍ଟା ସହ ଘୋଡ଼ା ବାଗିଆ, ସାରଥୀ ବାଗିଆ କଣ୍ଟା ସହ ଦୁଆର ବେଢ଼ା ପାଇଁ ଚଉରସ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ପାହି ମହାରଣା ମାନେ ରଥ ଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୬ ଜଣ, ରୂପକାର ସେବକ ୨୧ ଜଣ, କରତୀ ସେବକ ୪ ଜଣ, ଓଝା କମାର ସେବକ ୨୦ ଜଣ, ତୁମ୍ବ ବିନ୍ଧ କାରିଗର ୨ ଜଣ, ପାହି ମହାରଣା ୨ ଜଣ, ଚିତ୍ରକାର ୪୦ ଜଣ, ରଥଖଳା ସହାୟକ ୧ ଜଣ ମୋଟ ୨୪୪ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande