ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ
ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ
ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ


ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ


ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ


ଛିନତାଇ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଅଳଙ୍କାର ସହ ବାଇକ୍ ଜବତ


ସମ୍ବଲପୁର, ୨୬, ଜୁନ୍ (ହି.ସ.)ସମ୍ବଲପୁର ଟାଉନ ଥାନା ପୋଲିସ ଏକ ଛିନତାଇ ଘଟଣାକୁ ପିଛା କରି ଶେଷରେ ଦୁଇଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଲୁଟେରାଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି । ଗତ ଜୁନ୍ ୧୦ ତାରିଖରେ ଟାଉନ ଥାନାରେ ସଞ୍ଜୁକ୍ତା ବେହେରା ନାମ୍ନୀ ଜନୈକା ମହିଳା ବେକରୁ ସୁନାଚେନ୍ ଲୁଟ୍ ହୋଇଯିବା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୧୯୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଉକ୍ତ ସୁନା ଚେନ୍ ଲୁଟେରା ବୋଲି ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରିବାରେ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ଚିଭିରା ଗ୍ରାମର ୨୬ ବର୍ଷିୟ ଧନୁଷ ତରିଆ ଓରଫ ଅଗସ୍ତି ଏବଂ ଗୁଛାପାଲି ଗ୍ରାମର ୨୦ ବର୍ଷିୟ ଶେଖର ଦାଶ ବୋଲି ଜଣାପଡିଛି ।

ପୋଲିସ ସେମାନଙ୍କ ନିକଟରୁ ପ୍ରାୟ ୧୪ ଗ୍ରାମର ଏକ ସୁନା ଚେନ୍, ପ୍ରାୟ ୨୨ ଗ୍ରାମର ତରଳ ସୁନା, ଗୋଟିଏ ମୋବାଇଲ୍ ଫୋନ୍, ନଗଦ ୫ ହଜାର ଟଙ୍କା ଓ ନମ୍ବର ପ୍ଲେଟ୍ ନଥିବା ଏକ କଳା ରଙ୍ଗର ଦ୍ରୃତଗାମୀ କେଟିଏମ୍ ମୋଟର ସାଇକେଲକୁ ଜବତ କରିଛି। ସୂଚନାଯୋଗ୍ୟ ଗତ ଜୁନ୍ ୧୦ ତାରିଖ ସନ୍ଧ୍ୟା ସାଢ଼େ ୭ଟା ବେଳେ ଅଶାପାଲି ସ୍କୁଲ ସମ୍ମୁଖରେ ସଞ୍ଜୁକ୍ତା ନାମ୍ନୀ ଜନୈକା ମହିଳା ତାଙ୍କ ପୁଅଙ୍କ ସହ ଜଳଖିଆ ଖାଉଥିବା ବେଳେ ହଠାତ୍ ଦୁଇ ଅଭିଯୁକ୍ତ କଳାରଙ୍ଗର ମୋଟର ସାଇକେଲ୍ରେ ପହଞ୍ଚି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ମୋଟର ସାଇକେଲରେ ଫେରାର ହୋଇ ଯାଇଥିଲେ। ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ବାଇକ୍ ଓ ଦୁଇ ଲୁଟେରାଙ୍କ ଖୋଜ ଖବର ଜାରି ରଖି ଆସୁଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଅଭିଯୁକ୍ତ କେବଳ ଏହି ଛିନତାଇ ଘଟଣା ନୁହେଁ, ଅନ୍ୟାନ୍ୟ ଅଞ୍ଚଳର ଛିନତାଇ ମାମଲାରେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଟାଉନ ଥାନାର ଆଉ ଏକ ମାମଲା, କ୍ଷେତରାଜପୁର ଥାନାର ଏକ ମାମଲା ଏବଂ ବରଗଡ଼ ଜିଲ୍ଲାର ଦୁଇଟି ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ଘନୀଭୂତ ହେବା ପରେ ପୋଲିସ ଏବେ ତଦନ୍ତର ଖିଅକୁ ବଢାଇ ଦେଇଥିବା ଜଣାପଡିଛି । ଆଜି ସୁନାଚେନ୍ ଛିନତାଇର ଶୀକାର ମହିଳା ସଞ୍ଜୁକ୍ତା ଥାନାରେ ପହଞ୍ଚି ନିଜର ଚେନ୍ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପରେ ସେ ତାଙ୍କର ହଜିଲା ଗହଣା ପାଇ ପୋଲିସ ପ୍ରଶାସନ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି । କୌଣସି ଜନସମାଗମ ଓ ଭିଡ଼ ସ୍ଥାନକୁ ଯିବା ବେଳେ ଅତି କମରେ ନିଜ ସୁନାଗହଣାର ସୁରକ୍ଷା ଦୃଷ୍ଟିରୁ ନ ପିନ୍ଧିବା ପାଇଁ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧି ସଚେତନ କରାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande