
ମାଲକାନଗିରି , ୨୬ ଜୁନ୍ (ହି.ସ.) ମାଲକାନଗିରି ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଭାଷା ବ୍ୟବହାର କରି ଆପତ୍ତିଜନକ ପୋଷ୍ଟ କରିଥିବା ସନ୍ତୋଷ ସେଠି ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏସପି ଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୁକ୍ତ ଜଣକ କିଛି ଦିନ ତଳେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଉକ୍ତ ଭିଡିଓରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ଏଥି ସହ ପୋଷ୍ଟ କରିବା ସମୟରେ ମଧ୍ୟ ଅସମ୍ମାନଜନକ ଶବ୍ଦ ବ୍ୟବହାର କରିଛନ୍ତି । ଏହାକୁ ନେଇ ଆଜି ମାଲକାନଗିରି ଭାଜପା ପକ୍ଷରୁ ଜିଲ୍ଲା ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ ,ନବଘନ ଲୋକେଇ ,ସାଂସଦ ପ୍ରତିନିଧି ସଞ୍ଜୟ ସରକାର ,ବିଜ୍ଞ ମହାରଣା ,ବିଧାୟକ ପ୍ରତିନିଧି ନିହାର ରାୟ, ରାୱଲ ତିୱାରୀ ,ମିଡ଼ିଆ ପ୍ରମୁଖ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସାମାଜିକ ଗଣମାଧ୍ୟମ ନିୟମ ଉଲ୍ଲଂଘନ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରି ଏସପି ଙ୍କ ନିକଟେ ରେ ଅଭିଯୋଗ ବାଢ଼ିଛନ୍ତି ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ