
ମାଲକାନଗିରି, ୯ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୭୯ ହାଇସ୍କୁଲ ଖେଳ ପଡ଼ିଆରେ ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ , ପବିତ୍ର ରାୟ ,ଗୌର ମଜୁମଦାର , ବିଧାୟକ ପ୍ରତିନିଧି ହରବିଳାଶ ମଣ୍ଡଳ, ଏସବିଆଇ ବ୍ୟାଙ୍କ ମ୍ୟାନେଜର ଏବଂ ସମାଜସେବୀ ନାରାୟଣ ସରକାର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ୍ ମାରୀଗୁଡା ଓ ଶିଖପଲ୍ଲୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶିଖପଲ୍ଲୀ ଦଳ ପ୍ରଥମେ ଟଚ ଜିତି ବ୍ୟାଟିଂ ର ନିଷ୍ପତି ନେଇ ନିର୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୯୧ ରନ କରିଥିବା ବେଳେ ମାରୀଗୁଡା ଦଳ ୧୦ ଓଭର ରେ ୯ ଉଇକେଟ ହରାଇ ୯୨ ରନ କରି ବିଜୟ ହାସଲ କରିଥିଲା । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ଏମଭି -୭୯ ସାବେରୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ପ୍ରତିଯୋଗିତାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା । ଆଗାମୀ ଦିନରେ ଅଧିକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆୟୋଜକ କମିଟି ସୂଚନା ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ