
ପୁଞ୍ଛ, ୨୦ ଜୁଲାଇ (ହି.ସ.) ଜମ୍ମୁ-କାଶ୍ମୀରର ବର୍ଷା ପ୍ରଭାବିତ ପୁଞ୍ଛ ଜିଲ୍ଲାର ଲୋରାନ ଗାଁର ଉଚ୍ଚାଞ୍ଚଳରେ ସୋମବାର ଘଟିଥିବା ନୂଆ ଭୂସ୍ଖଳନରେ ଗୋଟିଏ ଘର ଭାସିଯାଇଥିବାରୁ ସେଠାରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି।
ପୋଲିସ୍ ଅଧିକାରୀମାନେ କହିଛନ୍ତି ଯେ ଭୂସ୍ଖଳନ କାରଣରୁ ଭାସି ଯାଇଥିବା ଘରଟି ମାଟିରେ ତିଆରି ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକମାନଙ୍କ ମଧ୍ୟରେ ଚାରିଜଣ ମହିଳା ଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଶନିବାର ସନ୍ଧ୍ୟାରୁ ପୁଞ୍ଛ ଜିଲ୍ଲାରେ ଭାରୀ ବର୍ଷା ହେଉଛି। ଲୋରାନ ଗାଁରେ ଘଟିଥିବା ଏହି ଘଟଣା ସହିତ ମୋଟ ମୃତ୍ୟୁ ସଂଖ୍ୟା ୧୫କୁ ପହଞ୍ଚିଛି ଏବଂ ଏପର୍ଯ୍ୟନ୍ତ ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଦଳ ଚେଷ୍ଟା ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ