ଭୂସ୍ଖଳନ ପରେ ଦେହରାଦୁନ-ମସୂରୀ ରାସ୍ତା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ
ଦେହରାଦୁନ, ୨୦ ଜୁଲାଇ (ହି.ସ.) ଲଗାତାର ପ୍ରବଳ ବର୍ଷା କାରଣରୁ ଦେହରାଦୁନ-ମସୂରୀ ରାସ୍ତାର ଡୁମ ଗାଁ (ଝଡ଼ିପାଣି) ଅଞ୍ଚଳରେ ଘଟିଥିବା ଭାରି ଭୂସ୍ଖଳନ ପରେ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ପ୍ରଶାସନ ପକ୍ଷରୁ ଦିଆଯ।ଇଥିବା ସୂଚନା ଅନୁସା
ଭୂସ୍ଖଳନ ପରେ ଦେହରାଦୁନ-ମସୂରୀ ରାସ୍ତା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ


ଦେହରାଦୁନ, ୨୦ ଜୁଲାଇ (ହି.ସ.) ଲଗାତାର ପ୍ରବଳ ବର୍ଷା କାରଣରୁ ଦେହରାଦୁନ-ମସୂରୀ ରାସ୍ତାର ଡୁମ ଗାଁ (ଝଡ଼ିପାଣି) ଅଞ୍ଚଳରେ ଘଟିଥିବା ଭାରି ଭୂସ୍ଖଳନ ପରେ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରିଦେଇଛି।

ପ୍ରଶାସନ ପକ୍ଷରୁ ଦିଆଯ।ଇଥିବା ସୂଚନା ଅନୁସାରେ, ମସୂରୀ ରୋଡର ଡୁମ ଗାଁ ନିକଟରେ ପାହାଡ଼ରୁ ଭାରି ପରିମାଣରେ ମାଟି ଓ ବଡ଼ ପଥର (ବୋଲ୍ଡର) ଖସିପଡ଼ିବାରୁ ସଡ଼କର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତତକ୍ଷଣାତ ସମସ୍ତ ପ୍ରକାର ଯାତାୟାତକୁ ବନ୍ଦ କରିଛି।

ଘଟଣାସ୍ଥଳରେ ପୋଲିସ୍, ପୂର୍ତ ବିଭାଗ ଓ ସମ୍ପର୍କିତ ବିଭାଗର ଟିମ୍ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ପାଗ ଅନୁକୂଳ ହେଲେ ମାଟି ହଟାଇବା ଓ ରାସ୍ତାକୁ ସୁରକ୍ଷିତ କରିବା କାମ ଆରମ୍ଭ କରାଯିବ।

ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ଯେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦେହରାଦୁନ-ମସୂରୀ ରାସ୍ତା ବ୍ୟବହାର ନକରନ୍ତୁ ଏବଂ ବିକଳ୍ପ ରାସ୍ତା ଓ ପ୍ରଶାସନଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande