ଏଆରଟି ଏବଂ ଆଇଭିଏଫ୍ ସେବା ଉପରେ ଏନସିଡବ୍ଲ୍ୟୁ ଗଠନ କଲା ତିନୋଟି ବିଶେଷଜ୍ଞ ଗୋଷ୍ଠୀ
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସହାୟକ ପ୍ରଜନନ ପ୍ରଯୁକ୍ତି (ଏଆରଟି) ଏବଂ ଆଇଭିଏଫ୍ ସେବା ସହ ଜଡିତ ନୈତିକ, ଆଇନଗତ ଏବଂ ଚିକିତ୍ସା ସମ୍ବନ୍ଧୀୟ ପକ୍ଷଗୁଡିକର ବ୍ୟାପକ ସମୀକ୍ଷା ପାଇଁ ତିନୋଟି ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛି। ଆୟୋଗର ଅଧ୍ୟକ୍ଷା ବିଜୟା ରହାଟକରଙ୍କ
ଏଆରଟି ଏବଂ ଆଇଭିଏଫ୍ ସେବା ଉପରେ ଏନସିଡବ୍ଲ୍ୟୁ ଗଠନ କଲା ତିନୋଟି ବିଶେଷଜ୍ଞ ଗୋଷ୍ଠୀ


ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସହାୟକ ପ୍ରଜନନ ପ୍ରଯୁକ୍ତି (ଏଆରଟି) ଏବଂ ଆଇଭିଏଫ୍ ସେବା ସହ ଜଡିତ ନୈତିକ, ଆଇନଗତ ଏବଂ ଚିକିତ୍ସା ସମ୍ବନ୍ଧୀୟ ପକ୍ଷଗୁଡିକର ବ୍ୟାପକ ସମୀକ୍ଷା ପାଇଁ ତିନୋଟି ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛି। ଆୟୋଗର ଅଧ୍ୟକ୍ଷା ବିଜୟା ରହାଟକରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଶେଷଜ୍ଞ ସମିତିର ପ୍ରଥମ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ଗଠିତ ନୈତିକତା ଗୋଷ୍ଠୀ ମହିଳାଙ୍କ ପ୍ରଜନନ ଅଧିକାର, ସୂଚିତ ସମ୍ମତି, ଗୋପନୀୟତା, ଡୋନର ପରିଚାଳନା ଏବଂ ଭ୍ରୂଣ ସମ୍ବନ୍ଧୀୟ ବିଷୟର ଅଧ୍ୟୟନ କରିବ।

ଏନସିଡବ୍ଲ୍ୟୁ ଅନୁସାରେ ଏକ ନୈତିକ ଗୋଷ୍ଠୀ ଗଠନ କରାଯାଇଛି ଯାହା ମହିଳାଙ୍କ ପ୍ରଜନନ ଅଧିକାରର ସୁରକ୍ଷା, ସମ୍ମତି, ଗୋପନୀୟତା ଏବଂ ନିଜତା, ଡୋନର ପରିଚାଳନା ଏବଂ ଭ୍ରୂଣ ସମ୍ବନ୍ଧୀୟ ନୈତିକ ବିଷୟଗୁଡିକର ଅଧ୍ୟୟନ କରିବ। ଏହା ସହ ଆୟୋଗ ଏକ ନିୟାମକ ଗୋଷ୍ଠୀ ମଧ୍ୟ ଗଠନ କରିଛି, ଯାହା ଏଆରଟି ଏବଂ ଆଇଭିଏଫ୍ ସମ୍ବନ୍ଧୀୟ ବର୍ତମାନର ଆଇନଗୁଡିକର ସମୀକ୍ଷା, ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ ଏବଂ ଆବଶ୍ୟକ ଆଇନଗତ ସୁଧାର ଚିହ୍ନଟ କରିବ। ସେହିପରି ଚିକିତ୍ସା ଏବଂ ନିବାରକ ଗୋଷ୍ଠୀ କ୍ଲିନିକାଲ୍ ପ୍ରୋଟୋକଲର ସମୀକ୍ଷା ସହ ରୋଗୀଙ୍କ ସୁରକ୍ଷା, ଗୁଣମାନ ମାନଦଣ୍ଡ, ଚିକିତ୍ସା ରେକର୍ଡ ସଂରକ୍ଷଣ ଏବଂ ଅନ୍ତର୍ଜାତୀୟ ଶ୍ରେଷ୍ଠ ପ୍ରଥାର ଅଧ୍ୟୟନ କରିବ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande