ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ କରି ପଞ୍ଜାବର ହଜାର କୃଷକ ଶମ୍ଭୁ ଏବଂ ଖାନୌରି ସୀମାରେ ଏକତ୍ରିତ
ଚଣ୍ଡିଗଡ଼, ୨୧ ଜୁଲାଇ(ହି.ସ.) – ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ପ୍ରତିବାଦ କରିବାକୁ ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନଙ୍କୁ ଶମ୍ଭୁ ସୀମାରେ ଅଟକାଯାଇଥିଲା। ମଙ୍ଗଳବାର ଦିନ ପ୍ରବଳ ବର୍ଷା ସତ୍ୱେ କୃଷକମାନେ ଶଂଭୁ ସୀମାରେ ହିଁ ଧାରଣାରେ ବସିଥିଲେ। ପୋ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ କରି ପଞ୍ଜାବର ହଜାର କୃଷକ ଶମ୍ଭୁ ଏବଂ ଖାନୌରି ସୀମାରେ ଏକତ୍ରିତ


ଚଣ୍ଡିଗଡ଼, ୨୧ ଜୁଲାଇ(ହି.ସ.) – ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ପ୍ରତିବାଦ କରିବାକୁ ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନଙ୍କୁ ଶମ୍ଭୁ ସୀମାରେ ଅଟକାଯାଇଥିଲା। ମଙ୍ଗଳବାର ଦିନ ପ୍ରବଳ ବର୍ଷା ସତ୍ୱେ କୃଷକମାନେ ଶଂଭୁ ସୀମାରେ ହିଁ ଧାରଣାରେ ବସିଥିଲେ। ପୋଲିସ ବ୍ୟାରିକେଡ୍ ଅତିକ୍ରମ କରି ହରିୟାଣା ଦେଇ ଦିଲ୍ଲୀ ଯିବାକୁ ଚେଷ୍ଟା କରୁଥିବା ଅନେକ କୃଷକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ପଞ୍ଜାବ ଏବଂ ହରିୟାଣାର ଅନେକ ଜିଲ୍ଲାରେ କୃଷକ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଛି ଏବଂ ପୋଲିସ ସୁରକ୍ଷା ପ୍ରଦାନ କରିଛି। କୃଷକମାନେ ଦିଲ୍ଲୀର କିଷାନ ଘାଟକୁ ଯିବା ପାଇଁ ସକାଳେ ପଟିଆଲା-ଅମ୍ବାଲା ଏବଂ ସାଙ୍ଗ୍ରୁର-ଜିନ୍ଦର ଖାନୌରୀ ସୀମା ମଧ୍ୟରେ ଥିବା ଶଂଭୁ ସୀମାରେ ପହଂଚିଥିଲେ। ଏହା ଜାଣିବା ପରେ ହରିୟାଣା ପୋଲିସ ଉଭୟ ସୀମାକୁ ବ୍ୟାରିକେଡ୍ କରି ସିଲ୍ କରିଥିଲା। ଏଭଳି ସ୍ଥିତିରେ କୃଷକମାନେ ଆଗକୁ ଯାଇପାରିଲେ ନାହିଁ। ହରିୟାଣା ପାର୍ଶ୍ୱରୁ ଉଭୟ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୀମାରେ ଜେ.ସି.ବି. ମେସିନ୍, ବଜ୍ରଯାନ ଏବଂ ଲୁହବୁହା ଗ୍ୟାସ ଦଳ ମୁତୟନ କରାଯାଇଛି।

ପଞ୍ଜାବର ବିଭିନ୍ନ ଜିଲ୍ଲାରୁ କୃଷକମାନେ ଶଂଭୁ ଏବଂ ଖାନୌରି ସୀମାରେ ଏକାଠି ହୋଇଛନ୍ତି। ସେଠାରେ ଏକ କଂକ୍ରିଟ୍ ଫ୍ରଂଟ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ନେତୃତ୍ୱ ନେଉଛନ୍ତି କିଷାନ ମଜଦୁର ମୋର୍ଚ୍ଚାର ଆବାହକ ସରୱନ ପାନ୍ଧେର। ଶମ୍ଭୁ ସୀମା ବନ୍ଦ ହେବା ଫଳରେ ଜଳନ୍ଧର-ଦିଲ୍ଲୀ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ହରିୟାଣା ପୋଲିସ ଟ୍ରାଫିକକୁ ଡାଇଭର୍ଟ୍ କରିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande