
ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ସବୁ
ଅଙ୍ଗନବାଡ଼ି କେନ୍ଦ୍ରରେ ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି । ମହିଳା ଓ ଶିଶୁ ବିକାଶ
ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି
ସେବାଗୁଡ଼ିକୁ ସୁଦୃଢ କରିବାକୁ ଗୁରୁତ୍ୱ ଦିଆଯାଇଛି । ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଅଧୀନରେ
କମିଟି ଗଠନ ହେବ । ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ସିଡିପିଓଙ୍କ ଦ୍ବାରା କମିଟି ପ୍ରତିଷ୍ଠା
କରାଯିବ । ସୁପରଭାଇଜର୍ ଅଧ୍ୟକ୍ଷ, ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ଦାୟିତ୍ଵ ନେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା