ଆଶାକର୍ମୀଙ୍କ ବିକ୍ଷୋଭ
ଜୟପୁର, ୦୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲାର ହଜାର ହଜାର ଆଶାକର୍ମୀ ଙ୍କ ବିକ୍ଷୋଭ କ୍ଷ ଭାରତୀୟ ମଜଦୁର ସଙ୍ଘ ନେତୃତ୍ୱରେ ଆଜି କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଂଚଳରେ କାର୍ଯ୍ୟକରୁଥିବା ଆଶାକର୍ମୀ ବିଭିନ୍ନ ଦାବୀନେଇ ହକିପଡ଼ିଆ ସ୍ଥିତ ଶିବମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍
ଆଶା କର୍ମୀଙ୍କ ବିକ୍ଷୋଭ


ଜୟପୁର, ୦୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲାର ହଜାର ହଜାର ଆଶାକର୍ମୀ ଙ୍କ ବିକ୍ଷୋଭ କ୍ଷ ଭାରତୀୟ ମଜଦୁର ସଙ୍ଘ ନେତୃତ୍ୱରେ ଆଜି କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଂଚଳରେ କାର୍ଯ୍ୟକରୁଥିବା ଆଶାକର୍ମୀ ବିଭିନ୍ନ ଦାବୀନେଇ ହକିପଡ଼ିଆ ସ୍ଥିତ ଶିବମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ବିଭିନ୍ନ ଦାବୀ ନେଇ ଜିଲ୍ଲା କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି । ପାରିଶ୍ରାମିକ ଅନୁଯାୟୀ ସରକାରୀ ଭାବରେ ବ୍ୟତନ ୧୮ହଜାର ଟଙ୍କା ମାସିକ ପ୍ରାପ୍ତ କରିବା, ପ୍ରତ୍ୟକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ କରିବା, କାର୍ଯ୍ୟରେ ନିୟୋଜିତ ଥିବା ଅଙ୍ଗନବାଡ଼ିଙ୍କ ମୃତ୍ୟୁ ହେବାପରେ ମୃତ କାଳୀନ ବୀମା ପ୍ରଦାନ କରିବା, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଏ ଏନଏମ ପଦବୀରେ ନିଯୁକ୍ତି ଦେବା, କାଯ୍ୟରୁ ଅବସର ନେବାପରେ ପ୍ରତିମାସରେ ପାଂଚ ହଜାର ଟଙ୍କା ସରକାରୀ ସ୍ତରରେ ପ୍ରଦାନ କରିବା, କାର୍ଯ୍ୟରେ ନିୟୋଜିତ ବେଳେ ମୃତ୍ୟୁ ହେଲେ ମୃତ୍ୟୁ କାଳୀନ ଟଙ୍କା ଦଶଲକ୍ଷ ଟଙ୍କା ପ୍ରଦାନ କରିବା ଓ କାଯ୍ୟକ୍ଷେତ୍ରରେ ୫ଜି ମୋବାଇଲ ପ୍ରଦାନ କରିବା ଅନ୍ତର୍ଭୁକ୍ତ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୁନସ୍ଥ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ପ୍ରଦାନ ସହିତ ସର୍ବନିମ୍ନ ବେତନ ପ୍ରଦାନ କରାଯାଉ ସ୍ଥାୟୀ ଘୋଷଣା ନା ହେବା ପର୍ଯ୍ୟନ୍ତ ମାସିକ ୧୮,୦୦୦/- ସର୍ବନିମ୍ନ ବେତନ ପ୍ରଦାନ କରାଯାଉ । ସମସ୍ତ ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାଭୁକ୍ତ କରାଯାଇ ଋଝଓ ଓ ଋଚୠଙ ଅନ୍ତର୍ଗତ ପଂଜିକୃତ କରାଯାଉ । ପ୍ରତିମାସ ୧୦ ତାରିଖ ମଧ୍ୟରେ ସମସ୍ତ ପ୍ରକାର ମାନଦେୟ ପ୍ରଦାନ କରାଯିବାକୁ ସୁନିଶ୍ଚିତ କରାଯାଉ ।

ଆଶା ମାନଙ୍କ ପ୍ରତି ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ହେଉଥିବା ଦୁର୍ବ୍ୟବହାର / ଅତ୍ୟାଚାର / ଅସଦାଚରଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେଉ ଓ ଆଶା କର୍ମୀ ମାନଙ୍କୁ ସ୍ୱାଭିମାନ ସହିତ କାମ କରିବାକୁ ଦିଆଯାଉ, ପ୍ରତି ଗାଁ ରେ ଅଙ୍ଗନାବାଡି କେନ୍ଦ୍ରକୁ ଲାଗି ଆଶା କେନ୍ଦ୍ର ନିର୍ମାଣ ହେଉ ଓ ପ୍ରତି ପିଏଚସି ଓ ସି ଏଚ ସି ରେ ଆଶା ଗୃହ ନିର୍ମାଣ କରାଯାଉ. ଶିକ୍ଷାଗତ ଯୋଗ୍ୟତା ଆଧାରରେ ଆଶା କର୍ମୀମାନଙ୍କୁ ତାଲିମ ଦେଇ ଏଏନଏମ ପଦବୀକୁ ପଦୋନ୍ନତି କରିବାର ଯୋଜନା ପ୍ରସ୍ତୁତ ହେଉ । କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ ଲକ୍ଷ ଓ ଶାରୀରିକ ଅକ୍ଷମ କ୍ଷେତ୍ରରେ ୫ ଲକ୍ଷ ସହାୟତା ରାଶି ଗ୍ରୁପ ଇଂସୁରାନ୍ସ ମାଧ୍ୟମରେ ପ୍ରଦାନ କରାଯାଉ ।

ସେବା ନିବୃତ ସମୟରେ ଆଶା କର୍ମୀମାନଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ୫ ହଜାର ଭତା ପ୍ରଦାନ କରାଯାଉ ତଥା ଆଶା ଭଉଣୀ ମାନଙ୍କୁ ମାତୃତ୍ୱ ଲାଭ ସୁବିଧା, ପ୍ରସୂତି କାଳୀନ ଛୁଟି ଓ ଭତା ପ୍ରଦାନ କରିବାର ଯୋଜନା କରାଯାଉ ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା ଓ ଡିଜିଟାଲ ସୁବିଧା ପାଇଁ ସମସ୍ତ ଆଶା କର୍ମୀମାନଙ୍କୁ ଉଚ୍ଚ ଗୁଣବତା ସମ୍ପନ୍ନ ୫ଏ ମୋବାଇଲ ଜିଲ୍ଲାର ସମସ୍ତ ବ୍ଲକର ଆଶାକର୍ମୀ ଙ୍କୁ ପ୍ରଦାନ କରାଯାଉ । ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ସଭାପତି ବିରଂଚି ନାରାୟଣ ଷଢଙ୍ଗୀ, ସମ୍ପାଦକ ଏ ଭୀମା ରାଓ, ଆଶାକର୍ମୀ ସଙ୍ଘର ରାଷ୍ଟ୍ରୀୟ ଅଧ୍ୟକ୍ଷା ଜିମି ଖରା, ରାଜ୍ୟ ସମ୍ପାଦିକା କମଳା ବେହେରା, କୋରାପୁଟ ଜିଲ୍ଲା ଆଶାକର୍ମୀ ସଙ୍ଘ ସଭାନେତ୍ରୀ ସୁଚିତ୍ରା ରାଣୀ ସେଠି, ସମ୍ପାଦିକା ଭବାନୀ ପୂଜାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande