
ଭଦ୍ରକ, ୯ ଜୁଲାଇ (ହି.ସ.) - ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତର ଫଳପୁର ମହାପାତ୍ର ସାହିଠାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଗୃହକୁ ଗୁରୁବାର ପୂର୍ବାହ୍ନ ୧୧ଟାରେ ଶୁଭ ଉଦ୍?ଘାଟନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦମୟନ୍ତୀ ଦେଇ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ସୁପରଭାଇଜର ମମତା ରାଉତ, ସରପଞ୍ଚ ସୀତାକାନ୍ତ ମିଶ୍ର, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ଏବଂ ୱାର୍ଡ ସଭ୍ୟ ମାନସ ରଞ୍ଜନ ପାଢ଼ୀ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ଓ ବେଦପାଠ ପୂର୍ବକ ଗୃହ କୁ ଉଦଘାଟନ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦୀପ୍ତି ରଞ୍ଜନ ମହାପାତ୍ର, ସତ୍ୟ ରଞ୍ଜନ ମହାପାତ୍ର, ଶଶୀକାନ୍ତ ମହାପାତ୍ର, କାଙ୍ଗାଳୀ ସେଠୀ, ନୀଳମଣି ପତୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଉଦ୍?ଘାଟନୀ ସଭାରେ ସିଡିପିଓ ଶ୍ରୀମତୀ ଦେଇ ଛୋଟ ପିଲାମାନଙ୍କର ପ୍ରାଥମିକ ଶିକ୍ଷା ଓ ସେମାନଙ୍କର ସଠିକ୍ ଯତ୍ନ ନେବା ଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁଇଜଣ ଶିଶୁଙ୍କୁ ଅନ୍ନପ୍ରସନ କରାଯାଇଥିଲା। ଶେଷରେ ଅଙ୍ଗନବାଡ଼ି ସହାୟିକା ମିତା ସେଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ