ମୈତ୍ରୀମାନଙ୍କ ବିଭିନ୍ନ ଦାବି ନେଇ ସି.ଡି.ଭି.ଓଙ୍କୁ ଦାବିପତ୍ର
ଭଦ୍ରକ, ୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାର ମୈତ୍ରୀ କର୍ମୀମାନେ ସେମାନଙ୍କର ଦୀର୍ଘଦିନର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ )ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ମୈତ୍ରୀମାନେ ସିକ୍ୟୁରିଟି ଜମାରାଶି ଫେରସ୍ତ, ବିଭାଗୀୟ ସହଯୋଗ
maitri manank dabipatra


ଭଦ୍ରକ, ୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାର ମୈତ୍ରୀ କର୍ମୀମାନେ ସେମାନଙ୍କର ଦୀର୍ଘଦିନର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ )ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ମୈତ୍ରୀମାନେ ସିକ୍ୟୁରିଟି ଜମାରାଶି ଫେରସ୍ତ, ବିଭାଗୀୟ ସହଯୋଗ ପ୍ରଦାନ, ଏଲ ଏନ ଯୋଗାଣରେ ଥିବା ସମସ୍ୟାର ସମାଧାନ, ସେନ୍ସସ, ଏଫଏମଡି ଓ ଏଆଇ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ, ସେକ୍ସ -ସର୍ଟେଡ଼ ସିମେନ ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବା ସହ ବିଭିନ୍ନ ସମୟରେ ବିନା ପାରିଶ୍ରମିକରେ ବିଭାଗୀୟ କାର୍ଯ୍ୟ କରୁଥିଲେ ମଧ୍ୟ କେତେକ ଅଧିକାରୀଙ୍କ ଦ୍ୱାରା ଧମକ ଓ ଅସହଯୋଗର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଛନ୍ତି।ମୈତ୍ରୀ ପ୍ରତିନିଧିମାନେ ସେମାନଙ୍କ ସମସ୍ୟାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଭାବେ ଉପସ୍ଥାପନ କରି ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ଦାବିପତ୍ରର ନକଲ ଓଡ଼ିଶା ସରକାରଙ୍କ ପଶୁ ସମ୍ପଦ ବିକାଶ ବିଭାଗର ସଚିବ, ଡ଼ିଏଏଚ ଏବଂ ଭିଏସ ଓଏଲଆରଡି ଏସ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ପ୍ରେରଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande