
ଜୟପୁର, ୦୯ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା । କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅଧିନସ୍ତ କୁନ୍ଦୁରା ବ୍ଲକର ଦିଗାପୁର ଠାରେ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ରୁପୁ ଭତ୍ରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିତା କାଟି, ନଡ଼ିଆ ମାରି ସୁଭଦ୍ରା କେନ୍ଦ୍ର ଉଦଘାଟନ କରିଛନ୍ତି । ଏହାପରେ କାଦମଗୁଡା ଠାରେ ବିଧାୟକଙ୍କ କରକମଳରେ ଭାଗବତ ଟୁଙ୍ଗି ଘର ମଧ୍ୟ ଉଦଘାଟନ ହୋଇଯାଇଛି । ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୂରଣ ହେଲା ବୋଲି ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ଷ ଏହି ଅବସରରେ ବଗଦିରି ବିଦ୍ୟାଳୟ ପରିଦର୍ଶନ କାରି ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ, ଅନୁଷ୍ଠାନର ସମସ୍ୟାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି