ଗାୟତ୍ରୀ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୦୯ ଜୁଲାଇ (ହି.ସ.) - ଜୟପୁରସ୍ଥିତ ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଶାନ୍ତି କୁଞ୍ଜରୁ ଆସିଥିବା ଭାଇ ମୁଖ୍ୟ ବକ୍ତା ମଙ୍ଗଳ ସିଂହ ଗଡବଲ ବହୁତ ସରଳ ଭାବରେ ଗାୟତ୍ରୀ ମନ୍ତ୍ର ଏବଂ ଯଜ୍ଞ ବିଷୟରେ ବୁଝାଇଥିଲେ
ଗାୟତ୍ରୀ ମହାଯଜ୍ଞ୍ୟା ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୦୯ ଜୁଲାଇ (ହି.ସ.) - ଜୟପୁରସ୍ଥିତ ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଶାନ୍ତି କୁଞ୍ଜରୁ ଆସିଥିବା ଭାଇ ମୁଖ୍ୟ ବକ୍ତା ମଙ୍ଗଳ ସିଂହ ଗଡବଲ ବହୁତ ସରଳ ଭାବରେ ଗାୟତ୍ରୀ ମନ୍ତ୍ର ଏବଂ ଯଜ୍ଞ ବିଷୟରେ ବୁଝାଇଥିଲେ।

ଓଡ଼ିଶାର ମୁଖ୍ୟ ଜୋନ ପରିଚାଳକ, ସୌମିତ୍ରା ଥନପତି ନୁରସିଂହ ସିଂହ, ରାୟଗଡା ଜିଲ୍ଲା ପରିଚାଳକ, ବାଲ୍ମୀକି ପ୍ରଧାନ ତିନଟି ଜିଲ୍ଲାର ପରିଚାଳକ ଉପସ୍ଥିତି ଥିଲେ। ଏବଂ ମୁଖ୍ୟ ଅତିଥି ତାରା ପ୍ରସାଦ ବାହିନୀପତି ବିଧାୟକ ଜୟପୁର ମନୁଷ୍ୟ କିପରି ଖୁସିରେ ରହି ପାରିବ, ଲୋକେ ଶୃଙ୍ଖଳିତ କିପରିରହିବେ, ପିଲାଙ୍କୁ ସଂସ୍କାର କରିବା କଥା ଏବଂ ନିଜେ ଭଲ ମଣିଷ ହେବା କଥା କହିଥିଲେ। ଅସାନ୍ତାରୁ କିପରି ମୁକ୍ତି ପାଇପାରିବେ, ଠକାମୀ ଠାରୁ କିପରି ଦୁରେଇ ରହିପାରିବେ ଏଭଳି ଅନେକ କଥା କହି ସମସ୍ତଙ୍କ ମଙ୍ଗଳ ହେବା କଥା କହିଥିଲେ। ଯାହାକି ଆମେ ଆମ ବଡ଼ଙ୍କ ଠାରୁ ଶିଖିବା କଥା ବୋଲି ବୁଝାଇ ଥିଲେ। ବିଭିନ୍ନ କମିଟି ତିଆରି କରି ସମସ୍ତଙ୍କ ସାହାଯ୍ୟ ରେ ଆମେ ଏହି କାର୍ଯ୍ୟକୁ ଭଲ ଭାବରେ କରିବା ବୋଲି କହିଥିଲେ।

ଆୟୋଜକ ଜୟପୁର ଗାୟତ୍ରୀ ପରିବାର ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ ଏବଂ ଆଗାମି ଦିନରେ ପଟନାୟକ ଗୁଡା ଠାରେ ହେବାକୁ ଯାଉଛି ୨୫୧ କୁଣ୍ଡିୟ ଗାୟତ୍ରୀ ମାହାୟଜ୍ଞ୍ୟକିପରି ସୁରୁଖୁରୁରେ ହୋଇ ପାରିବ ଆଲୋଚନା କରିଥିଲେ।

ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଅବିଭକ୍ତ କୋରାପୁଟ ଜିଲ୍ଲା ପକ୍ଷରୁ ଜୟପୁରଠାରେ ଆୟୋଜିତ ଜନ୍ମ ଶତାବ୍ଦୀ ଉପଲକ୍ଷେ ୧୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ପ୍ରସ୍ତୁତି ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦାନ କରିଥିଲେ। ଏହି ଅବସରରେ ଆୟୋଜକମାନଙ୍କ ପକ୍ଷରୁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ମହାଯଜ୍ଞର ସଫଳ ଆୟୋଜନ, ଧାର୍ମିକ ଓ ସାମାଜିକ ଗୁରୁତ୍ୱ ତଥା ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଧାୟକ ଏହି ମହତ୍ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ଆୟୋଜକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande