
ଧର୍ମଶାଳା,୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଂଗାଧରପୁର ପଂଚାୟତସ୍ଥ ନାକପୋଲ ଲକ୍ଛକ ନିକଟରେ ଅଟଳ ବସ୍ ଷ୍ଟାଣ୍ଡର ଶିଳାନ୍ୟାସ କରାଯାଇଛି । ଯାଜପୁର ପୂର୍ତ ବିଭାଗ ପକ୍ଷରୁ ୧୦କୋଟି ୬୭ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଅତ୍ୟାଧୁନିକ ଷ୍ଟାଣ୍ଡକୁ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍କ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହି ଷ୍ଟାଣ୍ଡ ହେବା ଫଳରେ ସ୍ଥାନୀୟ ୨୦ ଗୋଟି ପଂଚାୟତର ଶହଶହ ଜନସାଧାରଣ ଉପକୃତ ହୋଇପାରିବେ । ଏହା ସହିତ ରହିବା ପାଇଁ ପ୍ରତିଷା ଗୃହ,ଶୌଚାଳୟ ଓ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଜିଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା,ଗଂଗାଧରପୁର ସରପଂଚ ତ୍ରିଲୋଚନ ଜେନା,ସମିତି ସଭ୍ୟା ତିଲୋତମା ବରାଳ,ମୁରଲୀ ପାଣ୍ଡବ,ସାଂସଦଙ୍କ ପ୍ରତିନିଧି କାହ୍ନୁ ଚରଣ ଦାଶ,ସଂଗଠକ ଯୁଗଳ କିଶୋର ଦାସ,ରାଜେଶ ପାଳ,ବିଶ୍ୱଜିତ ପୃଷ୍ଟି,ରବିନ୍ଦ୍ର ବରାଳ,ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,ସିବୁଲି ଧିର,ତୀର୍ଥରାଜ ପଣ୍ଡା ଓ ପ୍ରଭାରୀ ଅଭିଷେକ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ