ନଳବଣ୍ଟା ଗ୍ରାମରୁ ବିପୁଳ ପରିମାଣର ବାଣ ଜଵତ
ଗଞ୍ଜାମ, ୧ ଅଗଷ୍ଟ (ହି.ସ.)- ନଳବଣ୍ଟା ଗ୍ରାମରେ ଗୋଟିଏ ବାଣ ଗୋଦାମ ଗୃହ ଉପରେ ଆସିକା ପୁଲିସ ଆଜି ଚଢ଼ଉ କରି ୨୦ ଵସ୍ତା ଵାଣ ଜଵତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଥାନାରେ ୪୦୭/୨୬ ଓ ୪୦୮
ନଳବଣ୍ଟା ଗ୍ରାମରୁ ବିପୁଳ ପରିମାଣର ବାଣ ଜଵତ


ଗଞ୍ଜାମ, ୧ ଅଗଷ୍ଟ (ହି.ସ.)- ନଳବଣ୍ଟା ଗ୍ରାମରେ ଗୋଟିଏ ବାଣ ଗୋଦାମ ଗୃହ ଉପରେ ଆସିକା ପୁଲିସ ଆଜି ଚଢ଼ଉ କରି ୨୦ ଵସ୍ତା ଵାଣ ଜଵତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଥାନାରେ ୪୦୭/୨୬ ଓ ୪୦୮/୨୬ ଦୁଇଟି ମାମଲା ରୁଜୁ ହୋଇଛି। ଆଗକୁ ପାର୍ବଣ ରୁତୁ ଆସୁଥିବାରୁ ବାଣର ବହୁଳ ବିକ୍ରି ବଟା ପାଇଁ ବାଣ ପ୍ରସ୍ତୁତି ଚାଲିଛି। ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ ଏହି ବାଣର ବିଶେଷ ଚାହିଦା ରହିଛି। ନଳବଣ୍ଟା ଗ୍ରାମରେ ବାଣ ପ୍ରସ୍ତୁତି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ବାଣ ତିଆରି କାର୍ଯ୍ୟରେ ବୁଢ଼ା ଠାରୁ ପିଲା ପର୍ଯ୍ୟନ୍ତ ସବୁବର୍ଗର ଲୋକେ ଏହି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଓ ବିନା ଲାଇସେନ୍ସରେଏହି କାର୍ଯ୍ଯ ଚାଲିଥିବା ଅଭିଯୋଗ ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande