ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ପଟ୍ଟାମୁଣ୍ଡାଇ, ୧ ଅଗଷ୍ଟ (ହି.ସ.)- ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ l କୁମ୍ଭୀର ପ୍ରଜନନ ପାଇଁ ମଇ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା l ଏବେ ନୂଆ ରୂପରେ ସଜେଇ ହୋଇଛି ଭ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ


ପଟ୍ଟାମୁଣ୍ଡାଇ, ୧ ଅଗଷ୍ଟ (ହି.ସ.)- ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ l କୁମ୍ଭୀର ପ୍ରଜନନ ପାଇଁ ମଇ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା l ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି। ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ଫୁଲ ତୋଡ଼ା ଓ ମିଠା ଦେଇ ସ୍ୱାଗତ କରାଯାଇଥିଲା l ପର୍ଯ୍ୟଟକ ମାନଙ୍କ ଭିତରେ ବହୁତ ଉତ୍ସାହ ଦେଖାଦେଇଥିଲା।

ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ନୂତନ ଭାବେ ନିର୍ମିତ ମିୟୁଜିୟମ, ଧଳାକୁମ୍ଭୀର ଗୋରୀ, ମଲ୍ଲୀ, ଶ୍ବେତା, ଦେଶୀୟ ପକ୍ଷୀ, ନଦୀରେ ନୌବିହାର ଓ ସ୍କାଏ ଓ୍ବାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଯିବା ଆସିବା ପାଇଁ ଭିତରକନିକାର ଡାଙ୍ଗମାଳ ଠାରେ ୬ଟି ଫାଇବର ବୋଟ୍ ଥିବାବେଳେ ଗୁପ୍ତିଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍ କୁ ବାରଣ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande