ଭାରତ ଏକ ଭୌଗଳିକ ମାନଚିତ୍ର ନୁହେଁ, ଏକ ଦାର୍ଶନିକ ଅବଧାରଣା - ଗୋଲକ ବିହାରୀ
ବିଭିନ୍ନ ସ୍ଥାନରେ ବିଶାଳ ଭାରତ ଶୀର୍ଷକ ସଂଗୋଷ୍ଠୀ ଅନୁଷ୍ଠିତ ଭୁବନେଶ୍ୱର, , ୧୨ ଅଗଷ୍ଟ (ହି.ସ.)ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶାଳ ଭାରତ ଶୀର୍ଷକ ସଂଗୋଷ୍ଠୀ ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ଜାଗରଣ (ଫାଂସ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମରେ ବିଶାଳ ଭାରତର ପରିକ
ବିଭିନ୍ନ ସ୍ଥାନରେ ବିଶାଳ ଭାରତ ଶୀର୍ଷକ ସଂଗୋଷ୍ଠୀ ଅନୁଷ୍ଠିତ


ବିଭିନ୍ନ ସ୍ଥାନରେ ବିଶାଳ ଭାରତ ଶୀର୍ଷକ ସଂଗୋଷ୍ଠୀ ଅନୁଷ୍ଠିତ

ଭୁବନେଶ୍ୱର, , ୧୨ ଅଗଷ୍ଟ (ହି.ସ.)ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶାଳ ଭାରତ ଶୀର୍ଷକ ସଂଗୋଷ୍ଠୀ ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ଜାଗରଣ (ଫାଂସ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମରେ ବିଶାଳ ଭାରତର ପରିକଳ୍ପନା ବିଷୟରେ ଆଲୋଚନା କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ରାଷ୍ଟ୍ରୀୟ ସଂଗୋଷ୍ଠୀ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାହ୍ନ 9 ଘଟିକାରେ ରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ର କୁଳପତି ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ପରିସର ନିର୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗୀ ଶ୍ରୀ ଅରବିନ୍ଦଙ୍କ ଅଖଣ୍ଡ ଭାରତର ପରିକଳ୍ପନା ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ବୈଦିକ କାଳରୁ ଭାରତବର୍ଷ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିରୁ ଏକ ଓ ଅନନ୍ୟ ଥିଲା। ରାଜନୈତିକ ଓ ଭୌଗଳିକ ପରିସୀମା ମଧ୍ୟରେ ଭାରତ କେବେବି ଆବଦ୍ଧ ନଥିଲା ବୋଲି ସେ କହିଥିଲେ। ଏହି ଭ୍ରମଯୋଗୁ ସ୍ୱାଧୀନତା ସମୟରେ ଭାରତ ବିଭାଜନ ପାଇଁ ତତ୍କାଳୀନ ରାଜନୈତିକ ନେତୃତ୍ୱ ପାକିସ୍ତାନ ଗଠନ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଅପରାହ୍ନ 3 ଘଟିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ସଂଗୋଷ୍ଠୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ରାଷ୍ଟ୍ରୀୟ ସୁରକ୍ଷା କେବଳ ସୀମାରେ ସୁନିଶ୍ଚିତ ହୁଏ ନାହିଁ ବରଂ ଏହାର ଅନେକ ଆୟାମ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସାଧାରଣ ଲୋକ ରାଷ୍ଟ୍ରୀୟ ସୁରକ୍ଷାର ବିଭିନ୍ନ ଆୟାମ ଓ ଆମ ପଡୋଶୀ ଓ ଶତ୍ରୁରାଷ୍ଟ୍ରମାନଙ୍କ ସମ୍ଭାବ୍ୟ ଆକ୍ରମଣର ବିଭିନ୍ନ ଦିଗ ବିଷୟରେ ଅବଗତ ହେଲେ ହିଁ ଦେଶର ଓ ସେନାର ସଠିକ ସହଯୋଗୀ ହୋଇ ପାରିବେ ଓ ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ ହେବ। ଏଇ ଯେମିତି ବିମର୍ଶ ଯୁଦ୍ଧ, ଛାୟା ଯୁଦ୍ଧ, ସାଇବର ଯୁଦ୍ଧ ଆଧୁନିକ ସମୟର ମରଣାସ୍ତ୍ର ଭାବେ ଉଭା ହୋଇଛି। ଏପରି ପରିଦୃଶ୍ୟ ରେ ରାଷ୍ଟ୍ରୀୟ ସୁରକ୍ଷା ଜାଗରଣ ମଞ୍ଚ ପରି ସଂଗଠନର ଗୁରୁତ୍ୱ ଅନାସ୍ବୀକାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସଂସ୍କୃତ ବାଙ୍ଗମୟ ପଠନ ପୂର୍ବକ ଭାରତ ବର୍ଷର ପରିକଳ୍ପନାକୁ ବୁଝିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ଜାଗରଣ ମଞ୍ଚର ପ୍ରାକ୍ତନ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଗୋଲୋକ ବିହାରୀ ରାୟ ଇରାନ, ପାଲେସ୍ଟିନ, ୟୁକ୍ରେନ କାହିଁନି ଅଶାନ୍ତ ତାହା ବର୍ଣ୍ଣନା କରିଥିଲେ। ବିଶ୍ୱ ନେତୃତ୍ୱର ସ୍ୱାର୍ଥନ୍ଵେସୀ ମନୋଭାବ ଓ ଭୌତିକ ସୁଖ ଲାଳସା ବିଶ୍ୱକୁ ଯୁଦ୍ଧ ମୁଁହକୁ ଠେଲି ଦେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଭାରତ ସଦାସର୍ବଦା ଆଧ୍ୟାତ୍ମିକ ଉତ୍ତରଣକୁ ଭୌତିକ ବିକାଶ ଠାରୁ ଉଚ୍ଚ ସ୍ଥାନ ଦେଇଛି। ଭାରତ କେବେ ବି ବିସ୍ତାରବାଦୀ ମାନସିକତାକୁ ପ୍ରଶୟ ଦେଇନାହିଁ। ବିଶାଳ ଭାରତ, ଶକ୍ତିଶାଳୀ ଭାରତ ହିଁ ବିଶ୍ୱର ନେତୃତ୍ୱ ନେଇ ପାରିବ। ଭାରତର ନେତୃତ୍ୱରେ ଅଶାନ୍ତ ବିଶ୍ୱ ଶାନ୍ତି ଓ ଆଧ୍ୟାତ୍ମିକତା ରାସ୍ତାରେ ଚାଲିବାରେ ସକ୍ଷମ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଭାରତ କେବଳ ଏକ ଭୌଗଳିକ ଭୂଖଣ୍ଡ ନୁହେଁ ବରଂ ଏକ ଦାର୍ଶନିକ ଅବାଧରଣା ବୋଲି ସେ ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱରର କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ବିକଶିତ ଓଡିଶା ହିଁ ବିକଶିତ ଭାରତର ଆଧାରଶୀଳା ବୋଲି ମତବ୍ୟକ୍ତ କରି ଆମକୁ ଉତ୍କଳମଣି ଗୋପବନ୍ଧୁଙ୍କ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପଡିବ ବୋଲି କହିଥିଲେ। ସତ୍ୟବାଦୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ, ଫାଂସ ଶ୍ରୀକ୍ଷେତ୍ର ପୁରୀ ଶାଖା ଅଧ୍ୟକ୍ଷ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ନେତାଜୀଙ୍କ ଭାରତବର୍ଷର ପରିକଳ୍ପନା ଉପରେ ଆଲୋକପାତ କରିଥିଲେ। ଫାଂସ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ରାଉତ ହିନ୍ଦୁ ଅର୍ଥନୀତି ର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ଡ଼ ଯୁଧିଷ୍ଠିର ସାହୁ ଯୋଗୀ ଅରବିନ୍ଦଙ୍କ ଅଖଣ୍ଡ ଭାରତର ପରିକଳ୍ପନା ବୁଝିଲେ ଯାଇ ବିଶାଳ ଭାରତର ସ୍ୱରୂପ ବୁଝିହେବ ବୋଲି ମତବ୍ୟକ୍ତ କରିଥିଲେ। ଭାରତ ଏକ ମାଟି ପଥରର ଭୂଖଣ୍ଡ ନୁହେଁ ବରଂ ଏକ ଚଳମାନ ସଂସ୍କୃତି, ବହମାନ ପରମ୍ପରା ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଶିକ୍ଷବିତ ପ୍ରଫେସର ଅନନ୍ତ ନାରାୟଣ ଜେନା ନିଜ ବକ୍ତବ୍ୟରେ ବିକାଶର ବହୁମୁଖୀ ଆୟାମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ପାଦକ ଡ଼ ଚିନ୍ମୟ ରଞ୍ଜନ କୁମାର, ଡ଼ ଯୁଧିଷ୍ଠିର ସାହୁ, ଦେବପ୍ରିୟ ପରିଡା ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ପୂର୍ବକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande