ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ମହିଳା ଗିରଫ
ଜୟପୁର, ୧୨ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ୨ ମହିଳା ଅଭିଯୁକ୍ତକୁ ଗିରଫ କରିଛି । ଜୟପୁର ଚନ୍ଦନବାଡ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ବେଆଇନ ମଦ ବିକ୍ରି ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅବକାରି ଥାନା ଆଜି ଚଢାଉ କର
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ମହିଳା ଗିରଫ


ଜୟପୁର, ୧୨ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ୨ ମହିଳା ଅଭିଯୁକ୍ତକୁ ଗିରଫ କରିଛି । ଜୟପୁର ଚନ୍ଦନବାଡ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ବେଆଇନ ମଦ ବିକ୍ରି ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ୨ ମହିଳାଙ୍କ ଠାରୁ ୬୬ ଲିଟର ଦେଶି ମଦ ଜବତ କରିଛି । ଗିରଫ ୨ ମହିଳା ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande