
ଭଦ୍ରକ, ୨୦ ଅଗଷ୍ଟ (ହି.ସ.) - ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ପ୍ରୟାତ ସିପିଆଇ(ଏମ) ନେତା ମୁକୁନ୍ଦ ଚନ୍ଦ୍ର ସାହୁ ଙ୍କ ନାମରେ ନାମିତ ମୁକୁନ୍ଦ ଚନ୍ଦ୍ର ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ବିଭିନ୍ନ ଗ୍ରାମ ଯଥା ମାଧପୁର, ରତନି, ଜୟନ୍ତୀ, ଘଟପୁର ଓ ତିହିଡି ବ୍ଲକର ବାଗସାହିପାଳ, ଗୋବିନ୍ଦପୁର ଆଦି ଗ୍ରାମରେ ଚୁଡା, ମୁଡି, ବିସ୍କୁଟ, ପାଣିବୋତଲ ଆଦି ବଂଟନ କରାଯାଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ପ୍ରାୟ ୧୦୦୦ ପରିବାରକୁ ଟ୍ରଷ୍ଟ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଙ୍କ ପକ୍ଷରୁ ବନ୍ୟାକ୍ଳୀଷ୍ଟ ପରିବାର ଗୁଡିକୁ ପ୍ରତାରଣା କରାଯିବା ଘଟଣାକୁ ଟ୍ରଷ୍ଟ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମସ୍ତ ଚାଷୀ ମାନଙ୍କୁ ଏକର ଚାଷ ଜମି ପ୍ରତି ୨୫୦୦୦ ଟଙ୍କା କ୍ଷତିପୂରଣ, ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି । ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ର ସଭ୍ୟ ସିପିଆଇ(ଏମ) ନେତା ବିକାଶ ନାଥ, ଟ୍ରଷ୍ଟ ର ମୁଖ୍ୟ ଉଦ୍ୟକ୍ତା ବାବୁଲାଲ ସାହୁ,ଅନ୍ୟତମ ସଭ୍ୟା ଉଷାରାଣୀ ସାହୁ,ସିପିଆଇ(ଏମ) ନେତା ବ୍ରହ୍ମାନନ୍ଦ ପରିଡା, ସଭ୍ୟ କୁନାଲ ଶେଖର ସାହୁ, ଭାଗିରଥି ପଣ୍ଡା, ଶରତ ଦାସ, ଆଶାରାଣୀ ସାହୁ, ଦୟାନିଧି ସାହୁ ପ୍ରମୁଖ ସାମିଲ ଥିଲେ । ବନ୍ୟାକ୍ଲୀଷ୍ଟ ପରିବାର ଗୁଡିକୁ ରିଲିଫ ବଂଟନ ନକରି ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବା ଭଳି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ବନ୍ୟାଂଚଳ ପରିଦର୍ଶନରେ ଆସି ପ୍ରେସମିଟ ରେ ବଉଳା କୁମ୍ଭୀର ଉପାଖ୍ୟାନ ବର୍ଣ୍ଣନା କରିବା ଘଟଣାକୁ ଟ୍ରଷ୍ଟ ପକ୍ଷରୁ ଯୁବନେତା ଶ୍ରୀ ନାଥ ତୀବ୍ର ନିନ୍ଦା କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ