
ଜୟପୁର, ୨୦ ଅଗଷ୍ଟ(ହି.ସ.) – କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ଅଂଚଳ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଗସ୍ତକରି କୋଟପାଡ଼ ଅଂଚଳ ବିଭିନ୍ନ ଟୁରଜିମ କାର୍ଯ୍ୟ ଓ ସମସ୍ତ ରୁମ,ସୁଦକ୍ଷା କେନ୍ଦ୍ର,କୋଟପାଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ବିଲଡିଂଙ୍ଗ ପରିଦର୍ଶନ, ବିଶେଷ କରି ଗିର୍ଲା ପଂଚାୟତ ସେବଶ୍ରମରେ ପିଲାମାନଙ୍କ ପାଇଁ ଡାଇନିଂ ଏରିଆ, ଗିର୍ଲା ପଂଚାୟତର ନୂତନ ବିଲଡିଙ୍ଗ, କୁମ୍ଭାରମାନଙ୍କ ସେଡ ସହିତ ମେଟେରିଆଲ ଉପକରଣ ପ୍ରଦାନ ଏବଂ ଗିର୍ଲା ମାଳିସାହି ପରେ ଥିବା ବ୍ରିଜ ନିର୍ମାଣ ସହ ଚାଷୀମାନଙ୍କ ସହାୟତା ପାଇଁ ବିସ୍ତୃତ ଆଲୋଚନା ସହ କୋଟପାଡ଼ ବିଡ଼ିଓ ସନ୍ଧ୍ୟାରାଣୀ ସମରଥଙ୍କୁ ପ୍ରକାଶ କରିଥିଲେ, ଗିର୍ଲା ପଂଚାୟତ ପାର୍ଶ୍ୱରେ ଥିବା ନୂତନ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟର ତଦାରଖ ସହିତ ଶୀଘ୍ର ନିର୍ମାଣ କରାଯିବା ପାଇଁ ତାଗିତ କରିଥିଲେ, ତା ସହିତ କୋଟପାଡ଼ ଲେମ୍ପସ ନୂତନ ବିଲଡିଂଙ୍ଗ ନିର୍ମାଣ ସହିତ ମଡେଲ ଲେମ୍ପସ କରିବା ପାଇଁ ପ୍ଲାନିଂ ଯାଇଥିବାବେଳେ ତା ପୂର୍ବରୁ ଚାଷୀମାନଙ୍କ ପାଇଁ ସେଡ ନିର୍ମାଣ ଓ ପୁରୁଣା ଘର ମାନଂକୁ ମେଂଟେନସ ପାଇଁ କୋଟପାଡ଼ ଲେମ୍ପସକୁ ତାଗିଦ କରିବା ସହିତ ବିସ୍ତୃତ ଆଲୋଚନା କରିଥିଲେ, ଏବଂ କୋଟପାଡ଼ ତହସିଲ କାର୍ଯ୍ୟାଳୟର ନୂତନ ନିର୍ମାଣ ବିଲଡିଙ୍ଗ କାର୍ଯ୍ୟକୁ ପରିଦର୍ଶନ କରିଥିଲେ, ଆଜି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ସହିତ କୋଟପାଡ଼ ବ୍ଲକ ବିଡ଼ିଓ ସନ୍ଧ୍ୟାରାଣୀ ସମରଥ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ଇଓ ନାରାୟଣ ନାୟକ, ଅତରିକ୍ତ ତହସିଲଦାର ଗୀତାଞ୍ଜଳି ଗଣ୍ଡ, ଅଧ୍ୟକ୍ଷ କମଳା ଭତରା ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ, ଏ ବିଡ଼ିଓ ମନୋଜ କୁମାର ନାୟକ, ସରପଂଚ ଜଗମୋହନ ମାଝୀ, ଡବ୍ଲଏଇ ସ୍ୱପ୍ନା ଜାମକୁଳିଆ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱଜିତ ମଲ୍ଲିକ, ପିଇଓ ସାଇ ପ୍ରସାଦ ପଟ୍ଟନାୟକ, ବ୍ଲକର କର୍ମଚାରୀମାନେ ଉପସ୍ଥିତ ଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି