
ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ , ବର୍ଷକୁ ଖର୍ଚ୍ଚ ହେବ ଅତିରିକ୍ତ ୯୬.୨୨ ଲକ୍ଷ
ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତା ୨ ଗୁଣ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ଅନୁଯାୟୀ ଡିଆଇଜି ଅଫ୍ ପ୍ରିଜନସ୍ ଙ୍କ ଠାରୁ ଆରମ୍ଭ କରି ଆସିଷ୍ଟାଂଟ ମାଟ୍ରନ ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ପୋଷାକ ଭତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୨,୧୨୨ ଜଣ ଚିଫ୍ ୱାର୍ଡର୍ , ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତାକୁ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସମୁଦାୟ ୨୫୦୦ ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ । ଚଳିତ ଆର୍ôଥକ ବର୍ଷରୁ ଏହି ନୂତନ ପୋଷାକ ଭତା ଲାଗୁ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା