ବଲୋଚିସ୍ତାନରେ ପାକ ସେନାର ଡ୍ରୋନ ଆକ୍ରମଣରେ ଚାରି ଶ୍ରମିକଙ୍କ ମୃତ୍ୟୁ, ସରନାନ ସହର ଉପରେ ବିଦ୍ରୋହୀଙ୍କ ନିୟନ୍ତ୍ରଣ
ଇସଲାମାବାଦ, ୨୧ ଅଗଷ୍ଟ (ହି.ସ.) - ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ସେନାର ଡ୍ରୋନ ଆକ୍ରମଣରେ ଚାରି ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ମଧ୍ୟରେ ପାକିସ୍ତାନ ସେନାର ବଲୋଚିସ୍ତାନର ବିଦ୍ରୋହୀମାନଙ୍କ ସହ ସଶସ୍ତ୍ର ସଂଘର୍ଷ ଆହୁରି ତୀବ୍ର ହୋଇଛି। ବିଦ୍ରୋହୀମାନେ ସେନା
ବଲୋଚିସ୍ତାନରେ ପାକ ସେନାର ଡ୍ରୋନ ଆକ୍ରମଣରେ ଚାରି ଶ୍ରମିକଙ୍କ ମୃତ୍ୟୁ, ସରନାନ ସହର ଉପରେ ବିଦ୍ରୋହୀଙ୍କ ନିୟନ୍ତ୍ରଣ


ଇସଲାମାବାଦ, ୨୧ ଅଗଷ୍ଟ (ହି.ସ.) - ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ସେନାର ଡ୍ରୋନ ଆକ୍ରମଣରେ ଚାରି ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ମଧ୍ୟରେ ପାକିସ୍ତାନ ସେନାର ବଲୋଚିସ୍ତାନର ବିଦ୍ରୋହୀମାନଙ୍କ ସହ ସଶସ୍ତ୍ର ସଂଘର୍ଷ ଆହୁରି ତୀବ୍ର ହୋଇଛି। ବିଦ୍ରୋହୀମାନେ ସେନା ଏବଂ ପୁଲିସର ନିୟନ୍ତ୍ରଣରୁ ଏକ ସହରକୁ ମୁକ୍ତ କରିଥିବା ଦାବି କରିଛନ୍ତି।

ଦ ବଲୋଚିସ୍ତାନ ପୋଷ୍ଟର ରିପୋର୍ଟ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ମସ୍ତୁଙ୍ଗ ଜିଲ୍ଲାର ଖଡକୋଚାର ଗୀତ ଅଂଚଳରେ ଥିବା ଏକ ବଗିଚାରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ବଗିଚାରେ କାମ କରୁଥିବା ଚାରି ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ତିନି ଶ୍ରମିକ ଆହତ ହୋଇଥିଲେ। ମୃତକଙ୍କ ନାମ ଗୁଲ ଖାନ ମୁଘିରୀ, ଇମ୍ରାନ, ଉବୈଦୁଲ୍ଲାହ ଏବଂ ଜହାନଜେବ ଅବାରୋ। ତିନି ଆହତ ଅଲୀ ରଜା ମେଙ୍ଗଲ, ନସୀବୁଲ୍ଲାହ ଅବ୍ରୋ ଏବଂ ଖାଲିଦ ହୁସେନଙ୍କୁ ଶହୀଦ ନବାବ ଘୋସ ବଖ୍ସ ରାଇସାନୀ ହସ୍ପିଟାଲକୁ ପହଂଚାଯାଇଛି।

ଏହି ମଧ୍ୟରେ ବଲୋଚ ଲିବରେସନ ଆର୍ମି (ବିଏଲଏ)ର ପ୍ରବକ୍ତା ଜୈନ୍ଦ ବଲୋଚ କହିଛନ୍ତି ଯେ ଗୁରୁବାର ବିଦ୍ରୋହୀମାନେ ପଶିନର ସରନାନ ସହର ଉପରେ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେଇଛନ୍ତି। ପୁଲିସ ଷ୍ଟେସନ ଏବଂ ସରକାରୀ କାର୍ଯ୍ୟାଳୟ ଏବେ ବିଏଲଏର ନିୟନ୍ତ୍ରଣରେ ଅଛି। ଏହି ସମୟରେ ଏକ ପୁଲିସ ଷ୍ଟେସନକୁ ବିଦ୍ରୋହୀମାନେ ବିସ୍ଫୋରକରେ ଉଡ଼ାଇ ଦେଇଥିଲେ। ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବହୁ ସଂଖ୍ୟକ ବଲୋଚ ସ୍ୱାଧୀନତା ସଂଗ୍ରାମୀ ସରନାନରେ ପ୍ରବେଶ କରିଥିଲେ। ସଂଗ୍ରାମୀମାନେ ଦୁଇ ଅଧିକାରୀଙ୍କୁ ମଧ୍ୟ ହେପାଜତରେ ନେଇ ପରେ ସେମାନଙ୍କୁ ଛାଡ଼ି ଦେଇଥିଲେ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande