ଆସାମ : ଜୋରାବାଟ ପ୍ରଦର୍ଶନ ଅସ୍ଥାୟୀ ଭାବେ ସ୍ଥଗିତ, ମନ୍ତ୍ରୀ ଅତୁଲ ବୋରା ପ୍ରଦର୍ଶନକାରୀଙ୍କ ସହ କଲେ ଆଲୋଚନା
ଗୁଆହାଟୀ, ୨୨ ଅଗଷ୍ଟ (ହି.ସ.)- ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଅତୁଲ ବୋରା ଶନିବାର ଜୋରାବାଟସ୍ଥିତ ପ୍ରଦର୍ଶନ ସ୍ଥଳରେ ପହଂଚି ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଜୋରାବାଟରେ ଚାଲିଥିବା ପ୍ରଦର୍ଶନକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଏ
ଆସାମ : ଜୋରାବାଟ ପ୍ରଦର୍ଶନ ଅସ୍ଥାୟୀ ଭାବେ ସ୍ଥଗିତ, ମନ୍ତ୍ରୀ ଅତୁଲ ବୋରା ପ୍ରଦର୍ଶନକାରୀଙ୍କ ସହ କଲେ ଆଲୋଚନା


ଗୁଆହାଟୀ, ୨୨ ଅଗଷ୍ଟ (ହି.ସ.)- ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଅତୁଲ ବୋରା ଶନିବାର ଜୋରାବାଟସ୍ଥିତ ପ୍ରଦର୍ଶନ ସ୍ଥଳରେ ପହଂଚି ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଜୋରାବାଟରେ ଚାଲିଥିବା ପ୍ରଦର୍ଶନକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି।

ଏହି ଘଟଣାକ୍ରମ ମେଘାଳୟ ସରକାରଙ୍କ ପକ୍ଷରୁ ଆସାମରୁ ମେଘାଳୟ ଯାଉଥିବା ଯାନବାହନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆଶ୍ୱାସନ ପରେ ଘଟିଛି।

ମେଘାଳୟ ସରକାର ଆସାମରୁ ମେଘାଳୟ ଯାଉଥିବା ସମସ୍ତ ମାର୍ଗରେ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଭରସା ଦେଇଛନ୍ତି। ଏଥିସହିତ, ଶିଲଂରେ ସମ୍ପ୍ରତି ଘଟିଥିବା ହିଂସାତ୍ମକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣାର ପୁନରାବୃତି ନହେବାର ଆଶ୍ୱାସନ ଦେଇଛନ୍ତି।

ମେଘାଳୟ ସରକାର ହିଂସା ସମୟରେ କ୍ଷତିଗ୍ରସ୍ତ ଯାନବାହନ ପାଇଁ କ୍ଷତିପୂରଣ ଦେବା ତଥା ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା କଥା କହିଛନ୍ତି। ମେଘାଳୟର ମୁଖ୍ୟ ସଚିବ ଶକୀଲ ପି. ଅହମଦଙ୍କୁ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆସାମ-ମେଘାଳୟ ମଧ୍ୟରେ ବର୍ତମାନର ଉତେଜନା ଏବଂ ଶିଲଂର ହିଂସାତ୍ମକ ଘଟଣାକୁ ନେଇ ଉଭୟ ରାଜ୍ୟର ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ମେଘାଳୟର ଉପମୁଖ୍ୟମନ୍ତ୍ରୀ ସ୍ନିଆଭଭାଲାଙ୍ଗ ଧର ଏହି ଆଶ୍ୱାସନ ଦେଇଛନ୍ତି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande