
ନୂଆଦିଲ୍ଲୀ, ୨୨ ଅଗଷ୍ଟ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନକୁ ବଡ଼ ଆଶ୍ୱସ୍ତି ଦେଇଛି। ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଥିବା ପୀଠ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ୨୦୧୭ ମସିହାର ସେହି ଆଦେଶକୁ ରଦ୍ଦ କରିଦେଇଛନ୍ତି ଯେଉଁଥିରେ ଫାଉଣ୍ଡେସନକୁ ୨୦୧୬ ମସିହାରେ ୱାର୍ଲ୍ଡ କଲଚର ଫେଷ୍ଟିଭାଲ କାରଣରୁ ଯମୁନାର ବନ୍ୟାପ୍ରବଣ ମୈଦାନଗୁଡ଼ିକର ହୋଇଥିବା କ୍ଷତି ପାଇଁ ଦାୟୀ କରି ପାଂଚ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା।
ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)କୁ ଫାଉଣ୍ଡେସନ ଦ୍ୱାରା ପରିବେଶ କ୍ଷତିପୂରଣ ଭାବେ ଜମା କରାଯାଇଥିବା ୫ କୋଟି ଟଙ୍କା ଫେରସ୍ତ କରିବାକୁ ଆଦେଶ ଦେଇଛନ୍ତି। ୱାର୍ଲ୍ଡ କଲଚର ଫେଷ୍ଟିଭାଲ ୧୧ ରୁ ୧୩ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ଯମୁନାର ଜଳଗ୍ରହଣ ଅଂଚଳରେ ଆୟୋଜିତ ହୋଇଥିଲା।
ଏନଜିଟି ମାର୍ଚ୍ଚ ୨୦୧୬ରେ ଅନ୍ତରୀଣ ଆଦେଶ ଜାରି କରି ଏହି ଆୟୋଜନ ଆରମ୍ଭ ହେବା ପୂର୍ବରୁ ପାଂଚ କୋଟି ଟଙ୍କା ଜମା କରାଇ ଆୟୋଜନ ଜାରି ରଖିବାକୁ ଅନୁମତି ଦେଇଥିଲା। ଏନଜିଟି କହିଥିଲା ଯେ ପରିବେଶକୁ ହୋଇଥିବା କ୍ଷତିର ଆକଳନ କରିବା ପରେ ଏହି ରାଶିକୁ ସମାୟୋଜିତ କରାଯିବ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ