ଆସନ୍ତାକାଲି ଠାରୁ ପିୟୁଷ ଗୋୟଲଙ୍କ ଚାରି ଦିନିଆ ଜାପାନ ଗସ୍ତ, ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳଙ୍କ ସହ
ନୂଆଦିଲ୍ଲୀ, ୨୩ ଅଗଷ୍ଟ(ହି.ସ.) – ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଅଗଷ୍ଟ ୨୪ରୁ ୨୭ ପର୍ଯ୍ୟନ୍ତ ଜାପାନ ଗସ୍ତ କରିବେ। ଏହି ସମୟରେ ସେ ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ ଏବଂ ଭାରତର ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳକୁ ଜାପାନ ନେଇଯିବେ। ଏହି ପ୍ରତିନିଧି ଦଳରେ ଉତ୍ପାଦନ, ସେମି
ଆସନ୍ତାକାଲି ଠାରୁ ପିୟୁଷ ଗୋୟଲଙ୍କ ଚାରି ଦିନିଆ ଜାପାନ ଗସ୍ତ, ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳଙ୍କ ସହ


ନୂଆଦିଲ୍ଲୀ, ୨୩ ଅଗଷ୍ଟ(ହି.ସ.) – ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଅଗଷ୍ଟ ୨୪ରୁ ୨୭ ପର୍ଯ୍ୟନ୍ତ ଜାପାନ ଗସ୍ତ କରିବେ। ଏହି ସମୟରେ ସେ ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ ଏବଂ ଭାରତର ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳକୁ ଜାପାନ ନେଇଯିବେ। ଏହି ପ୍ରତିନିଧି ଦଳରେ ଉତ୍ପାଦନ, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି, ଇସ୍ପାତ, ଅଟୋମୋବାଇଲ, ଆର୍ôଥକ ସେବା, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରର ୨୦୦ରୁ ଅଧିକ ବ୍ୟବସାୟିକ ନେତା ସାମିଲ ଅଛନ୍ତି।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଟୋକିଓରେ ମନ୍ତ୍ରୀ ଜାପାନର ଶୀର୍ଷ ଶିଳ୍ପ ସଂସ୍ଥା ଏବଂ କମ୍ପାନୀଗୁଡ଼ିକର ନେତୃତ୍ୱଙ୍କୁ ଭେଟିବେ। ଏହାବ୍ୟତୀତ, ଜାପାନ ବିଜନେସ୍ ଫେଡେରେସନ୍(କେଇଡାନ୍ରେନ୍) ସହିତ ଏକ ଗୋଲଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଷ୍ଟାର୍ଟଅପ୍ ଏବଂ ବିଦେଶୀ ନିବେଶକଙ୍କ ସହ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ହେବ। ଗୋୟଲ ଜାପାନର ଅର୍ଥ ବ୍ୟବସ୍ଥା, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଆକାଜାୱା ରିଓସେଇଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଜାପାନ ସଂସଦ ଏବଂ ସରକାରଙ୍କ ବରିଷ୍ଠ ସଦସ୍ୟମାନଙ୍କୁ ମଧ୍ୟ ଭେଟିବେ।

ନାଗୋୟାରେ ଗୋୟଲ ଚୁକିରେନ୍(ସେଂଟ୍ରାଲ୍ ଜାପାନ ଇକୋନୋମିକ ଫେଡେରେସନ୍) ଏବଂ ନାଗୋୟା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସହିତ ରୋଡ଼ ସୋ କରିବେ। ଅଟୋମୋବାଇଲ ଏବଂ ଇସ୍ପାତ କ୍ଷେତ୍ରର ନିବେଶକମାନଙ୍କ ସହିତ ମଧ୍ୟ ଆଲୋଚନା ହେବ।

ଏହି ଗସ୍ତ ଓସାକାରେ ଏକ ନିବେଶକ ଏବଂ ବ୍ୟବସାୟିକ ରୋଡ଼ ସୋ ସହିତ ସମାପ୍ତ ହେବ। ଏଥିରେ ଇଲେକ୍ଟ୍ରୋନିକ୍ସ, ଶିଳ୍ପ ଏବଂ ଉପଭୋକ୍ତା କ୍ଷେତ୍ରର ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ବୈଠକ ହେବ।

ଏହା ଉଲ୍ଲେଖନୀୟ ଯେ ଜାପାନ ଭାରତର ଏକ ବିଶ୍ୱସ୍ତ ଅଂଶୀଦାର ହୋଇରହିଛି ଏବଂ ଅଟୋମୋବାଇଲ, ଇସ୍ପାତ, ଇଲେକ୍ଟ୍ରୋନିକ୍ସ, ଆର୍ôଥକ ସେବା ଏବଂ ଭିତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏଥିସହିତ, ଉଚ୍ଚ-ବୈଷୟିକ ଉତ୍ପାଦନ ଏବଂ ନୂତନ ପିଢ଼ିର ଶିଳ୍ପ କ୍ଷେତ୍ରରେ ସହଯୋଗର ନୂତନ ସୁଯୋଗ ସୃଷ୍ଟି ହେବ, ଯାହା ଆତ୍ମନିର୍ଭର ଭାରତ ଏବଂ ଏକ ବିକଶିତ ଭାରତର ପରିକଳ୍ପନା ଅନୁରୂପ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande