ଗୁପ୍ତେଶ୍ଵରରେ ବୋଲବମ ଭକ୍ତଙ୍କ ଭିଡ଼
ଜୟପୁର, ୩ ଅଗଷ୍ଟ (ହି.ସ.)- ପବିତ୍ର ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠ । ସକାଳୁ ସକାଳୁ ଶିବମନ୍ଦିରରେ ଜଳ ଲାଗି ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତ
ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ଡ୍ରାଇଭର ଗୁରୁତର


ଜୟପୁର, ୩ ଅଗଷ୍ଟ (ହି.ସ.)- ପବିତ୍ର ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠ । ସକାଳୁ ସକାଳୁ ଶିବମନ୍ଦିରରେ ଜଳ ଲାଗି ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ଗୁପ୍ତେଶ୍ୱର ପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଗୁପ୍ତେଶ୍ୱର ଶୈବପୀଠରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗୁପ୍ତେଶ୍ୱର ପ୍ରସିଦ୍ଧ ଶୈବପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ସୁରକ୍ଷାକୁ କଡାକଡ଼ି କରାଯାଇଛି । ପ୍ରଥମେ ମଙ୍ଗଳ ଆରତୀ କରାଯିବା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହଜାର ହଜାର କାଉଡ଼ିଆ ଲମ୍ବା ଧାଡ଼ିରେ ଯାଇ ଜଳାଜଳାଭିଷେକ କରିଥିଲେ। ହର୍ ହର୍ ମହାଦେବ, ଭୋଳାବାବା ପାର୍ କରେଗା, ଵଲ୍ ବମ୍ ହର ହର ବମ୍ , ତଡକ ବୋମ ଇତ୍ୟାଦି ଧନିରେ କମ୍ପି ଉଠିଥିଲା ସାରା ଗୁପ୍ତେଶ୍ୱର ପୀଠ।

ଶ୍ରାବଣ ମାସର ସୋମବାର ଦିନ ଶୈବପଠରେ ଜଳାଭିଷେକ କଲେ ପୂନ୍ୟ ଅର୍ଜନ କରିବା ଆଶା ନେଇ ମନରେ ବିଶ୍ୱାସ ରଖି ଖରା ବର୍ଷାକୁ ଖାତିରି ନକରି ଶହ ଶହ କିଲୋମିଟର୍ ଦୂରରୁ ଚାଲି ଚାଲି ବାବା ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କରିଥାନ୍ତି। ତେବେ ଏ ନେଇ ଶ୍ରାବଣ ମାସରେ ପ୍ରଥମ ସୋମବାର ଠାରୁ ଶେଷ ସୋମବାର ପର୍ଯ୍ୟନ୍ତ ଗୁପ୍ତେଶ୍ୱର ଶୈବପୀଠରେ ବାବା ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିବା ଦେଖାଦେଇଛି।

ସେହିପରି ଜୟପୁରର ପଞ୍ଚାନନ ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର, ବାବା ବୈଦନାଥ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande