ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରକୁ କେନ୍ଦ୍ର ସରକାର ଦେବେ ସମ୍ଭବ ସମସ୍ତ ଆର୍ôଥକ ସହାୟତା : ଜେପି ନଡ୍ଡା
ଗୁୱାହାଟୀ, ୦୫ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ୱ ସରମାଙ୍କ ସହ ଶିବସାଗର, ଚରାଇଦେବ ଏବଂ ଜୋରହାଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ
ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରକୁ କେନ୍ଦ୍ର ସରକାର ଦେବେ ସମ୍ଭବ ସମସ୍ତ ଆର୍ôଥକ ସହାୟତା : ଜେପି ନଡ୍ଡା


ଗୁୱାହାଟୀ, ୦୫ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ୱ ସରମାଙ୍କ ସହ ଶିବସାଗର, ଚରାଇଦେବ ଏବଂ ଜୋରହାଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ ସେ ପ୍ରଭାବିତ ପରିବାରମାନଙ୍କୁ ସମ୍ଭବ ସମସ୍ତ ଆର୍ôଥକ ସହାୟତା ଦେବାର ଆଶ୍ୱାସନ ଦେଇଥିଲେ।

ଶିବସାଗର ଜିଲ୍ଲାର ସବୁଠାରୁ ଅଧିକ ପ୍ରଭାବିତ ନେପାଳୀଖୁଟି ଅଂଚଳର ନିରୀକ୍ଷଣ କରିବା ପରେ ନଡ୍ଡା କହିଥିଲେ ଯେ ଏହି ଅଭୂତପୂର୍ବ ବନ୍ୟା ଜନଜୀବନ, ଜୀବିକା ଏବଂ ମୌଳିକ ଭିତିଭୂମିକୁ ଭାରି କ୍ଷତି ପହଂଚାଇଛି। ସେ କହିଥିଲେ ଯେ କେନ୍ଦ୍ର ସରକାର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ବ୍ୟାପକ ଆର୍ôଥକ ସହାୟତା ଉପଲବ୍ଧ କରାଇବେ ତଥା ରିଲିଫ, ପୁନର୍ବାସ ଏବଂ ପୁନର୍ନିର୍ମାଣ ପାଇଁ ସମ୍ଭବ ସମସ୍ତ ସହଯୋଗ କରିବେ। ସେ ଭରସା ଦେଇଥିଲେ ଯେ ସଙ୍କଟର ଏହି ଘଡ଼ିରେ କେନ୍ଦ୍ର ସରକାର ଆସାମର ଲୋକମାନଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି।

ସନ୍ଧ୍ୟାରେ ଡିବ୍ରୁଗଡ଼ ସ୍ଥିତ ଆସାମ ସଚିବାଳୟରେ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ୱ ସରମା ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହେବ, ଯେଉଁଥିରେ ଉପର ଆସାମର ବନ୍ୟା ପରିସ୍ଥିତିର ବିସ୍ତୃତ ସମୀକ୍ଷା କରାଯିବ।

ଜଣାଯାଇଛି ଯେ ଶିବସାଗର, ଚରାଇଦେବ ଏବଂ ଜୋରହାଟରେ ଆସିଥିବା ବନ୍ୟାର ମୁଖ୍ୟ କାରଣ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାରୁ ଆସିଥିବା ଜଳ ପ୍ରବାହ ଅଟେ। ଆସାମ ଗସ୍ତ ପରେ କେନ୍ଦ୍ରୀୟ ମନ୍ତ୍ରୀ ମୋନ ଜିଲ୍ଲାର ମଧ୍ୟ ଗସ୍ତ କରି ସେଠାକାର ପରିସ୍ଥିତିର ଆକଳନ କରିଥିଲେ।

ନିରୀକ୍ଷଣ ସମୟରେ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ୱ ସରମା କହିଥିଲେ ଯେ ନେପାଳୀଖୁଟି ଅଂଚଳର ଅଧିକାଂଶ ଲୋକ ପଶୁପାଳନ ଉପରେ ନିର୍ଭରଶୀଳ। ସେ ଆଶ୍ୱାସନ ଦେଇଥିଲେ ଯେ ଯେଉଁ ପରିବାରମାନଙ୍କର ପଶୁ ବନ୍ୟାରେ ଭାସିଯାଇଛି, ସେମାନଙ୍କୁ ରାଜ୍ୟ ସରକାର ସମାନ ସଂଖ୍ୟାରେ ପଶୁ ଉପଲବ୍ଧ କରାଇବେ। ସେହିପରି ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି, ସେମାନଙ୍କ ପାଇଁ ସ୍ଥାୟୀ ଆବାସ ନିର୍ମାଣ କରାଯିବ।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande