
ନୂଆଦିଲ୍ଲୀ, ୦୫ ଅଗଷ୍ଟ (ହି.ସ.)- ଭାରତ ଅନୁଚ୍ଛେଦ ୩୭୦ ହଟାଯାଇଥିବା ଦିନ ୫ ଅଗଷ୍ଟରେ ପାକିସ୍ତାନଙ୍କ ‘ୟୌମ-ଏ-ଇସ୍ତେହସାଲ’ (ଶୋଷଣ ଦିବସ) ପାଳନକୁ ନୌଟଙ୍କି ବୋଲି କହିଛି। ପଡ଼ୋଶୀ ଦେଶକୁ ଆଇନା ଦେଖାଇ ଭାରତ କହିଛି ଯେ, ତାକୁ ପାକ ଅଧିକୃତ ଜମ୍ମୁ-କାଶ୍ମୀରରେ ଶାସନ ପକ୍ଷରୁ କରାଯାଉଥିବା ରକ୍ତପାତକୁ ରୋକିବା ଉଚିତ।
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ ‘ୟୌମ-ଏ-ଇସ୍ତେହସାଲ’କୁ ଦୁର୍ଭାବନାପୂର୍ଣ୍ଣ ଦୁଷ୍ପ୍ରଚାର ପ୍ରସାର କରିବାର ‘ବ୍ୟର୍ଥ ପ୍ରୟାସ’ ବୋଲି କହିଛନ୍ତି। ଭାରତ କହିଛି ଯେ ଜମ୍ମୁ ଏବଂ କାଶ୍ମୀର ତଥା ଲଦାଖ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶ ଅଟନ୍ତି, ଥିଲେ ଏବଂ ସଦା ରହିବେ। ୫ ଅଗଷ୍ଟ, ୨୦୧୯ରେ କରାଯାଇଥିବା ସାମ୍ବିଧାନିକ ପରିବର୍ତନ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ଅଟେ। ଆନ୍ତର୍ଜାତୀୟ ସମୁଦାୟ ବର୍ତମାନ ପାକିସ୍ତାନ ଅଧିକୃତ ଜମ୍ମୁ ଏବଂ କାଶ୍ମୀର (ପିଓଜେକେ)ରେ ମୌଳିକ ଅଧିକାରର ନିର୍ମମ ଦମନର ସାକ୍ଷୀ ଅଟେ।
ପ୍ରବକ୍ତା ଜୟସୱାଲ ଗଣମାଧ୍ୟମର ପ୍ରଶ୍ନର ଉତରରେ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ହଟାଇବା ଫଳରେ ଅଂଚଳର ଲୋକମାନେ ଅଭୂତପୂର୍ବ ସାମାଜିକ-ଆର୍ôଥକ ବିକାଶ, ସୁଶାସନ ଏବଂ ଗଣତାନ୍ତ୍ରିକ ସଶକ୍ତିକରଣ ପାଇଛନ୍ତି। ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ମନ୍ତବ୍ୟ କରିବାର ପାକିସ୍ତାନର କୌଣସି ଅଧିକାର ନାହିଁ।
ପ୍ରବକ୍ତା କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ ମିଥ୍ୟା ପ୍ରଚାର କରିବାର ହତାଶ ପ୍ରୟାସ ତାହାର ମାନବାଧିକାର କ୍ଷେତ୍ରରେ ଦୟନୀୟ ରେକର୍ଡ ଏବଂ ଆତଙ୍କବାଦର ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ନିଜ ସ୍ଥିତିରୁ ଆନ୍ତର୍ଜାତୀୟ ଧ୍ୟାନକୁ ଭ୍ରମିତ କରିବା ପାଇଁ ଅଟେ।
ସେ କହିଛନ୍ତି ଯେ ନିକଟ ଅତୀତର ସପ୍ତାହଗୁଡ଼ିକରେ ପାକିସ୍ତାନୀ ସୁରକ୍ଷା ବଳ ପିଓଜେକେରେ ସ୍ଥାନୀୟ ଜନତାଙ୍କ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ନାଗରିକ ଅଧିକାର ପ୍ରଦର୍ଶନକୁ ଦମନ କରିବା ପାଇଁ ଘାତକ ହିଂସା, ଲକ୍ଷ୍ୟଭିତିକ ହତ୍ୟା ଏବଂ କଠୋର ପ୍ରତିବନ୍ଧକର ସହାରା ନେଇଛନ୍ତି। ନିରସ୍ତ୍ର ନାଗରିକଙ୍କ ବିରୋଧରେ ଏପରି ରାଜ୍ୟ-ପ୍ରାୟୋଜିତ ହିଂସା ପାକିସ୍ତାନୀ ସତା ପ୍ରତିଷ୍ଠାନର ଘୋର ପାଖଣ୍ଡକୁ ଉଜାଗର କରେ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ