ଭାରତ-ଶ୍ରୀଲଙ୍କା ମଧ୍ୟରେ ୩୫ କୋଟି ଡଲାରର ଋଣ ଚୁକ୍ତି ବିନିମୟ
ନୂଆଦିଲ୍ଲୀ, ୦୫ ଅଗଷ୍ଟ(ହି.ସ.) – ଶ୍ରୀଲଙ୍କା ଗସ୍ତରେ ଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି ବୁଧବାର ଦିନ ରାଜଧାନୀ କଲମ୍ବୋରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟେକେଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥ ଏବଂ ଭାରତର ସହାୟତାରେ ଶ୍ରୀଲଙ୍କାରେ ଚାଲିଥିବା ପ୍ରମୁଖ ବିକାଶ ପ୍ର
ଭାରତ-ଶ୍ରୀଲଙ୍କା ମଧ୍ୟରେ ୩୫ କୋଟି ଡଲାରର ଋଣ ଚୁକ୍ତି ବିନିମୟ


ନୂଆଦିଲ୍ଲୀ, ୦୫ ଅଗଷ୍ଟ(ହି.ସ.) – ଶ୍ରୀଲଙ୍କା ଗସ୍ତରେ ଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି ବୁଧବାର ଦିନ ରାଜଧାନୀ କଲମ୍ବୋରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟେକେଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥ ଏବଂ ଭାରତର ସହାୟତାରେ ଶ୍ରୀଲଙ୍କାରେ ଚାଲିଥିବା ପ୍ରମୁଖ ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ। ଦୁଇଦେଶ ୩୫୦ ନିୟୁତ ଆମେରିକୀୟ ଡଲାରର ଲାଇନ୍ ଅଫ୍ କ୍ରେଡିଟ୍ ଅଫ୍ ଇଣ୍ଡିଆନ୍ ଟଙ୍କା (ଆଇ.ଏନ୍.ଆର୍.) ସମ୍ବନ୍ଧୀୟ ରାଜିନାମା ମଧ୍ୟ ବିନିମୟ କରିଥିଲେ।

ଶ୍ରୀଲଙ୍କାରେ ଥିବା ଭାରତୀୟ ହାଇ କମିଶନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ରାଷ୍ଟ୍ରପତି ଅନୁରା କୁମାର ଦିସାନାୟେକେଙ୍କ ସହ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତର ସହାୟତାରେ ଶ୍ରୀଲଙ୍କାରେ ଚାଲିଥିବା ପ୍ରମୁଖ ବିକାଶ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି।

ବୈଠକ ପରେ ଉଭୟ ପକ୍ଷ ୩୫୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଲାଇନ୍ ଅଫ୍ କ୍ରେଡିଟ୍ ସମ୍ବନ୍ଧୀୟ ରାଜିନାମା ବିନିମୟ କରିଥିଲେ। ଏହି ଋଣ ସହାୟତା ବାତ୍ୟା ଦିଟୱା ପରେ ଶ୍ରୀଲଙ୍କାକୁ ୪୫୦ ନିୟୁତ ଆମେରିକୀୟ ଡଲାରର ଭାରତର ପୁନଃନିର୍ମାଣ ସହାୟତା ପ୍ୟାକେଜର ଅଂଶବିଶେଷ।

ଏହି ଋଣ ସହାୟତା ରାଜିନାମାର ଉପଯୋଗ ବାତ୍ୟା ପରବର୍ତୀ ପୁନଃନିର୍ମାଣ କାର୍ଯ୍ୟ, ଭିତିଭୂମି ବିକାଶ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଆବଶ୍ୟକତା ପୂରଣ ପାଇଁ କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande