ଛତିଶଗଡ଼ର ଶକ୍ତିରେ ଶୁକ୍ରବାର ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ, ଯୋଗଦେବେ ଶିବରାଜ ସିଂହ ଚୌହାନ
ରାୟପୁର, ୧୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେପ୍ଟେମ୍ବର ୧୧ ତାରିଖରେ ଛତିଶଗଡ଼ର ଶକ୍ତି ଜିଲ୍ଲାର ଜେଠା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍
ଛତିଶଗଡ଼ର ଶକ୍ତିରେ ଶୁକ୍ରବାର ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ, ଯୋଗଦେବେ ଶିବରାଜ ସିଂହ ଚୌହାନ


ରାୟପୁର, ୧୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେପ୍ଟେମ୍ବର ୧୧ ତାରିଖରେ ଛତିଶଗଡ଼ର ଶକ୍ତି ଜିଲ୍ଲାର ଜେଠା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ସରକାରଙ୍କ ପଂଚାୟତ ପ୍ରତିନିଧିମାନେ ଯୋଗଦେବେ ।

ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ଯେ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୨ ଲକ୍ଷ ପରିବାରକୁ ପକ୍କା ଘର ଦିଆଯିବ । ଆହୁରି ମଧ୍ୟ, ଆବାସ ଯୋଜନାରେ ଏକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଧାରିତ ଜିଓ-ଟ୍ୟାଗ ଯାଂଚ୍ ବ୍ୟବସ୍ଥା ପ୍ରବର୍ତନ କରାଯିବ ।

ଏହି ସମୟରେ, ନଦୀ ଏବଂ ଜଳସ୍ରୋତଗୁଡ଼ିକର ପୁନରୁଦ୍ଧାର ପାଇଁ ଧାର ଅପାର ଅଭିଯାନ'ର ଶୁଭାରମ୍ଭ କରାଯିବ । ଗ୍ରାମୀଣ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ୨୭୦ଟି ନୂତନ ସମନ୍ୱିତ କୃଷି କ୍ଲଷ୍ଟର ମଧ୍ୟ ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଲକ୍ଷପତି ଦିଦି, ଡ୍ରୋନ୍ ଦିଦି ଏବଂ ରାଣୀ ମିସ୍ତ୍ରୀଙ୍କୁ ସମ୍ମାନିତ କରାଯିବ । ଏହା ବ୍ୟତୀତ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ୫ ପଂଚାୟତର ପ୍ରତିନିଧିଙ୍କୁ ମଧ୍ୟ ସମ୍ମାନିତ କରାଯିବ ।

ଏହି ଅବସରରେ ୧୨୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୩୯ଟି ବିକାଶମୂଳକ କାର୍ଯ୍ୟକୁ ଉତ୍ସର୍ଗ କରାଯିବ ଏବଂ ଭୂମିପୂଜନ -ଭିତିପ୍ରସ୍ତର ସ୍ଥାପନ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande