
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ପିଏମ ମୋଦିଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି
ପରିଡା ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି କେଭି ସିଂହଦେଓ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ଆଦୃତ, ସଫଳ ଓ
ପ୍ରେରଣାଦାୟୀ ନେତା, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ପବିତ୍ର
ଜନ୍ମଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ସେ କହିଛନ୍ତି ଯେ, ଦେଶର ଏହି
ମହାନ ସେବକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ନିରୋଗ,
ନିରାମୟ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। ତାଙ୍କର ଦୂରଦର୍ଶୀ
ନେତୃତ୍ୱରେ ଭାରତବର୍ଷ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଦେଶକୁ ଏକ
ସମୃଦ୍ଧ, ବଳିଷ୍ଠ
ଓ ଆତ୍ମନିର୍ଭର ଭାରତ ଭାବେ ଗଢ଼ିତୋଳିବା ପାଇଁ ତାଙ୍କର ଅକ୍ଲାନ୍ତ ଶ୍ରମ, ନିଷ୍ଠା
ଓ ତ୍ୟାଗ ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ। କେଭି ସିଂହଦେଓ କହିଛନ୍ତି ଯେ, ଗରିବ, କୃଷକ, ଯୁବବର୍ଗ
ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ ତାଙ୍କର ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକ ଦେଶର
ପ୍ରତ୍ୟେକ କୋଣରେ ଏକ ଅଭୂତପୂର୍ବ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି। ଏହା ସହିତ, ତାଙ୍କର
ଦୃଢ଼ କୂଟନୈତିକ ନୀତି ଯୋଗୁଁ ଆଜି ସାରା ବିଶ୍ୱରେ ଭାରତର ସମ୍ମାନ, ପ୍ରଭାବ
ଓ ଗୌରବ ବହୁଗୁଣିତ ହୋଇଛି। ଭିତ୍ତିଭୂମିର ଆଧୁନିକୀକରଣଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳର
ନୂତନ ପ୍ରୟୋଗ ପର୍ଯ୍ୟନ୍ତ, ତାଙ୍କର ଦିଗଦର୍ଶନରେ ଭାରତ ଆଜି ପ୍ରଗତିର ନୂଆ ଶିଖର ଛୁଇଁବାରେ ସଫଳ
ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରାମୟ
ଦୀର୍ଘ ଜୀବନ ଏବଂ ରାଷ୍ଟ୍ରସେବା ପଥରେ ନିରନ୍ତର ସଫଳତା ପାଇଁ ଆନ୍ତରିକ ପ୍ରାର୍ଥନା କରିଛନ୍ତି
କନକ ବର୍ଦ୍ଧନ ସିଂହଦେଓ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ବିଶ୍ୱର ଅଦ୍ୱିତୀୟ ନେତା ତଥା କୋଟି କୋଟି ଭାରତୀୟଙ୍କ ପ୍ରେରଣାର ଉତ୍ସ, ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋଦୀଜୀଙ୍କ ସୁସ୍ଥ, ଦୀର୍ଘ ଓ
ମଙ୍ଗଳମୟ ଜୀବନ ସହ ନିରନ୍ତର ରାଷ୍ଟ୍ରସେବା ପାଇଁ ଶକ୍ତି ଓ ସାମର୍ଥ୍ୟ କାମନା କରୁଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ବିଶ୍ୱର ଜନପ୍ରିୟ ନେତା,
ଆମ ସମସ୍ତଙ୍କ ମାର୍ଗଦର୍ଶକ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ଅପାର କରୁଣାରୁ ଆପଣଙ୍କ ଜୀବନ ସର୍ବଦା ସୁସ୍ଥ ଓ ମଙ୍ଗଳମୟ ହେଉ। ଆପଣଙ୍କ ଦୃଢ଼ ନେତୃତ୍ୱରେ ଭାରତ
ନୂତନ ଉଚ୍ଚତାରେ ପହଞ୍ଚୁ ଏବଂ ବିକଶିତ ଭାରତର ସଙ୍କଳ୍ପ ସାକାର ହେଉ।
ଉଚ୍ଚଶିକ୍ଷାମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଦେଶର ସ୍ୱାଭିମାନ,
କୋଟି କୋଟି ଭାରତୀୟଙ୍କ ପ୍ରେରଣାର ସ୍ରୋତ ତଥା ଯଶସ୍ୱୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!
ଦୃଢ଼ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଏବଂ ରାଷ୍ଟ୍ର ପ୍ରଥମର ମନ୍ତ୍ର ଦ୍ୱାରା ଆପଣ
ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସୁସମ୍ମାନ ଏବଂ ସମୃଦ୍ଧତାର ଶିଖରକୁ ନେଇ ପାରିଛନ୍ତି। ଆପଣଙ୍କ
ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଆଜି ପ୍ରତିଟି ନାଗରିକଙ୍କ
ଜୀବନରେ ଆଲୋକ ଭରିଦେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କୁ ଦୀର୍ଘାୟୁ, ଉତ୍ତମ
ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ କାମନା କରୁଛି,
ଯାହାଦ୍ୱାରା ଆପଣଙ୍କ କରକମଳରେ ଆମ ଦେଶ 'ବିକଶିତ
ଭାରତ'ର
ଲକ୍ଷ୍ୟ ହାସଲ କରିବାରେ ଆହୁରି ଅଧିକ ସଫଳ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା