ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବାକୁ ଲକ୍ଷ୍ୟ ରଖିଛୁ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସେମି କଣ୍ଡକ୍ଟର କ୍ଷେତ୍ରରେ ଦେଶ ଆଗଉଛି ବୋଲି ଦିଲ୍ଲୀରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସେମି କଣ୍ଡକ୍ଟର ମିଶନରେ ୧୨ଟି ପ୍ରକଳ୍ପକୁ
cm odisha


ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସେମି କଣ୍ଡକ୍ଟର କ୍ଷେତ୍ରରେ ଦେଶ ଆଗଉଛି ବୋଲି ଦିଲ୍ଲୀରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସେମି କଣ୍ଡକ୍ଟର ମିଶନରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଓଡ଼ିଶାକୁ ୨ଟି ପ୍ରକଳ୍ପ ମିଳିଛି। ୨ଟି ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବି ୧୧ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande