ଚିଲିକା ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକରେ ଯୋଗଦେଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଚିଲିକା ପଂଚାୟତ ସମିତିର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସପ୍ତମ ସାଧାରଣ ବୈଠକରେ ଯୋଗଦେଇ ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,କୃଷି ବିଭାଗ,ଜଳ ଯୋଗାଣ ଓ ପରିମଳ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭା
uyj


ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଚିଲିକା ପଂଚାୟତ ସମିତିର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସପ୍ତମ ସାଧାରଣ ବୈଠକରେ ଯୋଗଦେଇ ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,କୃଷି ବିଭାଗ,ଜଳ ଯୋଗାଣ ଓ ପରିମଳ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ପୂର୍ତ,ଉଠା ଜଳସେଚନ, ବିଦ୍ୟୁତ୍ ବିଭାଗ,ମିଶନ ଶକ୍ତି ବିଭାଗ,କ୍ଷୁଦ୍ର ଜଳସେଚନ,ଭି.ବି.-ଜି ରାମ୍-ଜି,ଯୋଗାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଜଙ୍ଗଲ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ ଓ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି।

ଉକ୍ତ ବୈଠକରେ ବିଭିନ୍ନ ପଂଚାୟତରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ସ୍ୱଚ୍ଛତା ଓ ଗୁଣାତ୍ମକ ମାନଦଣ୍ଡ ବଜାୟ ରଖି ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲି।

ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ,ଉପାଧ୍ୟକ୍ଷ, ବିଡ଼ିଓ, ତହସିଲଦାର,ସରପଂଚ,ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande