
ଭୁବନେଶ୍ୱର, ୧୮ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ସର୍ବାଧିକ ୬୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକରେ ୪୩.୫ ମି.ମି., ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ ୩୨.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୨୯.୦ ମି.ମି., ରାୟଗଡ଼ା ଜିଲ୍ଲାର ଆର.ଗୁଡାରେ ୨୭.୦ ମି.ମି., କେନ୍ଦୁଝର ଜିଲ୍ଲାର ଦୈତାରିରେ ୨୬.୦ ମି.ମି., ସମ୍ବଲପୁର ଜିଲ୍ଲାର ବାମରାରେ ୨୪.୪ ମି.ମି., କେନ୍ଦ୍ରାପଡା ଜିଲ୍ଲାର ଗରଦପୁରରେ ୨୪.୦ ମି.ମି., ବରଗଡ଼ ଜିଲ୍ଲାର ଗାଇସିଲେଟରେ ୨୨.୦ ମି.ମି., ବଲାଙ୍ଗିର ଜିଲ୍ଲାର ସାଲେଭଟ୍ଟାରେ ୨୧.୬ ମି.ମି., ଦେଓଗାଁରେ ୨୦.୦ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୧୯.୮ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳରେ ୧୯.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ