ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବିଭ୍ରାଟ, ଗତକାଲି ରାତି ୧୧ଟାରୁ ବନ୍ଦ ରହିଛି ନୀତିକାନ୍ତି
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.) ପତ୍ରି ସେବକ ଓ ପୂଜା ପଣ୍ଡା ସେବକଙ୍କ ମଧ୍ୟରେ ବିବାଦ ପାଇଁ ବନ୍ଦ ରହିଛି ନୀତିକାନ୍ତି - ଲିଙ୍ଗରାଜ ମନ୍ଦିରରେ ପୁଣି ବନ୍ଦ ହେଲା ନୀତିକାନ୍ତି। ଗତକାଲି ରାତି ୧୧ଟା ସମୟରେ ପତ୍ରି ସେବକ ଓ ପୂଜା ପଣ୍ଡାଙ୍କ ମଧ୍ୟରେ ନୀତିକାନ୍ତ
ଲିଙ୍ଗରାଜ ମନ୍ଦିରରେ ପୁଣି     ନୀତିକାନ୍ତି ବିଭ୍ରାଟ, ଗତକାଲି ରାତି ୧୧ଟାରୁ ବନ୍ଦ ରହିଛି ନୀତିକାନ୍ତି


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)

ପତ୍ରି ସେବକ ଓ ପୂଜା ପଣ୍ଡା

ସେବକଙ୍କ ମଧ୍ୟରେ ବିବାଦ ପାଇଁ ବନ୍ଦ ରହିଛି ନୀତିକାନ୍ତି

- ଲିଙ୍ଗରାଜ

ମନ୍ଦିରରେ ପୁଣି ବନ୍ଦ ହେଲା ନୀତିକାନ୍ତି। ଗତକାଲି ରାତି ୧୧ଟା ସମୟରେ ପତ୍ରି ସେବକ ଓ ପୂଜା

ପଣ୍ଡାଙ୍କ ମଧ୍ୟରେ ନୀତିକାନ୍ତି କରିବାକୁ ନେଇ ବିବାଦ ହୋଇଥିଲା। ପୂଜା ପଣ୍ଡା ସେବକଙ୍କ କାମ

କରିବା ପାଇଁ ପତ୍ରି ସେବକ ଆଗ୍ରହ ଦେଖାଇଥିଲେ। କିନ୍ତୁ ପୂଜା ପଣ୍ଡା ସେବକ ଏନେଇ ବିରୋଧ

କରିବାରୁ ବଢିଥିଲା ବିବାଦ। ପରେ ପରିସ୍ଥିତି ଏପରି ହୋଇଥିଲା ଯେ, ସେବା କରୁଥିବା ସେବକ ଜଣଙ୍କ ମନ୍ଦିର ଛାଡ଼ି

ଚାଲିଯାଇଥିଲେ। ଫଳରେ ଗତକାଲି ରାତିଠାରୁ ବନ୍ଦ ରହିଛି ଠାକୁରଙ୍କ ନୀତିକାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande