
ଭୁବନେଶ୍ୱର /କୋରାପୁଟ, ୨୦ ସେପ୍ଟେମ୍ବର (ହି.ସ.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ କୋରାପୁଟରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
କୋରାପୁଟ ସର୍କିଟ ହାଉସ୍ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର କର୍ମୀମାନେ ଦଳରେ ଯୋଗ ଦେଇଛନ୍ତି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।
ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ଥାନୀୟ ବିଧାୟକ ରଘୁରାମ ମାଛଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।
ମନ୍ତ୍ରୀ କହିଛନ୍ତି ଯେ, ନୂତନ ସଦସ୍ୟମାନଙ୍କ ଯୋଗଦାନ ବିଜେପି ସଂଗଠନକୁ ଆହୁରି ମଜବୁତ କରିବାରେ ସହାୟକ ହେବ। ମିଶ୍ରଣ ପର୍ବରେ ବିଭିନ୍ନ ଦଳର କର୍ମୀଙ୍କ ଯୋଗଦାନକୁ ନେଇ ଦଳୀୟ ନେତୃବୃନ୍ଦ ଉତ୍ସାହ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ