ସାମ୍ବାଦିକ ମହେନ୍ଦ୍ର କୁମାର ସାଏ ଙ୍କ ମାତୃ ବିୟୋଗ
Senior reporter s mother passed away
ସାମ୍ବାଦିକ ମହେନ୍ଦ୍ର କୁମାର ସାଏ ଙ୍କ ମାତୃ ବିୟୋଗ


ଝାରସୁଗୁଡ଼ା, 20 ସେପ୍ଟେମ୍ବର (ହି.ସ.): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁର ଜମିଦାର ସ୍ୱର୍ଗତ ବିଜୟ ପ୍ରତାପ ସାଏଙ୍କ ଧର୍ମପତ୍ନୀ ତଥା ବରିଷ୍ଟ ସାାମ୍ବାଦିକ ମହେନ୍ଦ୍ର ସାଏଙ୍କ ମାତା ଶରତମଣି ସାଏଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ଆଜି ଭୋର ପ୍ରାୟ ୩ଟା ସମୟରେ ଜାମଗାଁସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶରତମଣି ଜଣେ ଧର୍ମପରାୟଣ, ସରଳ ଓ ମିଷ୍ଟଭାଷୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ। ଦୀର୍ଘ ଜୀବନକାଳ ମଧ୍ୟରେ ସେ ପରିବାର ଓ ସମାଜ ସହ ଏକ ନିବିଡ଼ ସମ୍ପର୍କ ଗଢ଼ି ତୋଳିଥିଲେ। ତାଙ୍କ ବିୟୋଗର ଖବର ପ୍ରଚାର ହେବା ପରେ ଜାମଗାଁ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ତାଙ୍କ ଶେଷକୃତ୍ୟରେ ପରିବାରବର୍ଗ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ଅଞ୍ଚଳବାସୀ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande