
ଘଟଗାଁ, ୧୯ ସେପ୍ଟେମ୍ବର ( ହି. ସ ) ଦାଦନ ବସ ଗାଡିରୁ ଦାଦା ବଟି ଆଦାୟ କୁ ବିରୋଧ କରିବାରୁ ଗୋଷ୍ଠି ସଂଘର୍ଷ ହୋଇଛି। ଫଳରେ କ୍ଷତାକ୍ତ ହୋଇ କିଛି ଯୁବକ ହରିଚନ୍ଦନପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି କେନ୍ଦୁଝର ଜିଲ୍ଲାରୁ ବିଭିହ୍ନ ବ୍ଲକରୁ ପ୍ରତେକ ସପ୍ତାହରେ କେରଳରୁ ଅଜୱା ନାମକ ତିନୋଟି ଦାଦନ ଶ୍ରମିକ ନେଉଥିବା ବସ ଆସି ହରିଚନ୍ଦନପୁର ଥାନା ବାଇପାସ ନିକଟରେ ରୁହେ। ଜିଲ୍ଲାର ବିଭିହ୍ନ ବ୍ଲକର ଯୁବକ ଯୁବତୀ ମାନେ କେରଳ ଯାଇ ପ୍ଲାଇ ବୋର୍ଡ କମ୍ପାନୀ ଓ ଅନ୍ୟାନ୍ୟ କମ୍ପାନୀରେ କାମ କରନ୍ତି। ନିକଟରେ ତାମିଲ ଲାଡ଼ୁ ଗ୍ୟାସ ଲିକ ଘଟଣା ପରେ କେନ୍ଦୁଝର ଜିଲ୍ଲାର ଅନେକ ଆଦିବାସୀ ଯୁବକ ଯୁବତୀ ଆହତ ହେବା ସହ କିଛି ଜଣ ପ୍ରାଣ ହରାଇଥଲେ। ଘଟଣା ସମ୍ପର୍କରେ ଖବର ପ୍ରକାଶ ହେବା ପରେ ଶ୍ରମ ବିଭାଗ ଓ ହରିଚନ୍ଦନପୁର ପୁଲିସ ମିଳିତ ଭାବରେ ଉକ୍ତ ଗାଡି ଗୁଡିକକୁ ଅଟକାଇ ସଠିକ ନିୟମ ଅନୁଯାୟୀ ଆବଶ୍ୟକ କାଗଜ ପତ୍ର ଦେଇ ଶ୍ରମିକ ନେବାକୁ ପରାମର୍ଶ ଦେଇଥିଲେ।କିଛି ଦିନ ଠିକ ଠାକ ଚାଲିବା ପରେ ହରିଚନ୍ଦନପୁର ଅଞ୍ଚଳର କିଛି ଯୁବକ ନିଜକୁ ଶାସକ ଦଳର ଜଣେ ଜଣେ କର୍ମୀ ବୋଲି ପରିଚୟ ଦେଇ ବସ ମାଲିକ ରିୟାସ ପାଖରୁ ଥାନା ଓ ଲେବର ଅଫିସ ଖର୍ଚ୍ଚ କହି ଉକ୍ତ ବସ ଗୁଡ଼ିକରେ ଯାଉଥିବା ଶ୍ରମିକ ମାନଙ୍କ ଠାରୁ ମୁଣ୍ଡ ପିଛା ଦୁଇ ଶହ ଲେଖାଏଁ ଟଙ୍କା ପ୍ରତି ଥର ଆଦାୟ କରୁଥିବା ବସ ମାଲିକ ରିୟାସ ହରିଚନ୍ଦନପୁର ଅଞ୍ଚଳର କିଛି ଯୁବକଙ୍କୁ ଜଣାଇଥିଲେ।ଗତ ତା ୧୭। ୯ ରିଖ ଗୁରୁବାର ଉକ୍ତ ଯୁବକ ମାନେ ପୁନର୍ବାର ଗାଡ଼ି ରୁ ଚାନ୍ଦା ମାଗିବାରୁ ଗାଡି ମାଲିକ ଚାନ୍ଦା ଦେବାକୁ ମନା କରିବାରୁ ଉକ୍ତ ଯୁବକ ମାନେ କେରଳି ମାଲିକକୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ।ଉକ୍ତ ଘଟଣାକୁ ବରଗୋଡ଼ା ଗାଁ ର ନନ୍ଦ କିଶୋର ମହାରଣ, ଶଙ୍କର ନାଏକ, ପ୍ରଶାନ୍ତ ସାହୁ,ଚିନ୍ମୟ ସାହୁ ଓ ସିପୁନ ସାହୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି କ୍ଷତାକ୍ତ କରିଥିବା ଉପର ଲିଖିତ ଯୁବକ ମାନେ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହରିଚନ୍ଦନପୁର ପୁଲିସ ବସ ମାଲିକ କୁ ଅଟକ ରଖି ଘଟଣା ତଦନ୍ତ ଚଳାଇଥିଲେ। ଫଳରେ ଶୁକ୍ରବାର ଯେଉଁ ଶ୍ରମିକ ମାନେ କେରଳ ଯିବା କଥା ଆଉ ଯାଇ ପାରି ନାହିଁ। ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଏମାନେ ମୁଣ୍ଡ ପିଛା ଦୁଇ ଶହ ଟଙ୍କା ବଟି ନେଇ କଣ ଶ୍ରମିକ ଚାଲାଣ କରୁଛନ୍ତି ନା ମଣିଷ ବିକ୍ରି କରୁଛନ୍ତି। ଯଦିଓ କୌଣସି ଶ୍ରମିକ କୌଣସି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ?
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ