ଗମାଡା ଦୁର୍ନୀତି ମାମଲାରେ ଦିଲ୍ଲୀ, ଚଣ୍ଡିଗଡ଼ ସମେତ ଚାରିଟି ସହରରେ ଇଡି ଚଢ଼ଉ କରିଛି
ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର(ହି.ସ.) – ପଞ୍ଜାବର ଗ୍ରେଟର ମୋହାଲି ଏରିଆ ଡେଭଲପମେଂଟ ଅଥରିଟି(ଗମାଡ଼ା)ରେ ଏକ ଦୁର୍ନୀତି ମାମଲାର ତଦନ୍ତ ସମ୍ପର୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିନ ଦିଲ୍ଲୀ, ଚଣ୍ଡିଗଡ଼, ମୋହାଲି ଏବଂ ପଞ୍ଜାବର ଲୁଧିଆନାରେ ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଇଡି ଅନୁଯାୟୀ,
ଗମାଡା ଦୁର୍ନୀତି ମାମଲାରେ ଦିଲ୍ଲୀ, ଚଣ୍ଡିଗଡ଼ ସମେତ ଚାରିଟି ସହରରେ ଇଡି ଚଢ଼ଉ କରିଛି


ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର(ହି.ସ.) – ପଞ୍ଜାବର ଗ୍ରେଟର ମୋହାଲି ଏରିଆ ଡେଭଲପମେଂଟ ଅଥରିଟି(ଗମାଡ଼ା)ରେ ଏକ ଦୁର୍ନୀତି ମାମଲାର ତଦନ୍ତ ସମ୍ପର୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିନ ଦିଲ୍ଲୀ, ଚଣ୍ଡିଗଡ଼, ମୋହାଲି ଏବଂ ପଞ୍ଜାବର ଲୁଧିଆନାରେ ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଇଡି ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଗମାଡ଼ା ଜମିର ନିଲାମ ଏବଂ ବିଲ୍ଡର୍ ଏବଂ ଡେଭଲପରସ୍ମାନଙ୍କ ଉପରେ ବାହ୍ୟ ବିକାଶ ଶୁଳ୍କ(ଇଡିସି) ଏବଂ ସୁଧ ଛାଡ଼ ସମ୍ବନ୍ଧୀୟ ମାମଲାରେ ଡକ୍ୟୁମେଂଟାରୀ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବା। ଜି.ଏମ୍.ଏ.ଡି.ଏ. କାର୍ଯ୍ୟାଳୟ ବ୍ୟତୀତ, ପଞ୍ଜାବର ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ଆଇ.ଏ.ଏସ୍. ଅଧିକାରୀ, ବିକାଶ ଗର୍ଗଙ୍କ ସହ ଜଡ଼ିତ ସ୍ଥାନରେ ମଧ୍ୟ ଇଡି ଦଳ ଚଢ଼ଉ କରିଥିଲେ। ଏଜେନ୍ସି ଗମାଡ଼ା ସହିତ ଜଡିତ ଅନେକ ମାମଲାରେ ରେକର୍ଡ଼ ଏବଂ ଅନ୍ୟାନ୍ୟ ଡକ୍ୟୁମେଂଟ ଯାଂଚ କରୁଛି। ଗମାଡ଼ା ପଞ୍ଜାବ ସରକାରଙ୍କ ଆବାସ ଏବଂ ସହରାଂଚଳ ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରେ ଏବଂ ବିକାଶ ଗର୍ଗ ଏହି ବିଭାଗର ପ୍ରମୁଖ ସଚିବ ଅଟନ୍ତି।

ଅନୁସନ୍ଧାନ ସମୟରେ ଏଜେନ୍ସିର ଅନୁସନ୍ଧାନର ଏକ ପ୍ରମୁଖ ଦିଗ ଇ.ଡି.ସି.ରେ କଥିତ ରିହାତି ଏବଂ ଜମି ନିଲାମ ଉପରେ ଗମାଡା ଦ୍ୱାରା ଆଦାୟ କରାଯାଇଥିବା ସୁଧ ଏବଂ ବିଲ୍ଡର ଏବଂ ଡେଭଲପର୍ସମାନଙ୍କ ଠାରୁ ପରବର୍ତୀ ପୁନରୁଦ୍ଧାର ସହିତ ଜଡ଼ିତ। ଏହି ନିଷ୍ପତିରେ ନିୟମ ପାଳନ କରାଯାଇଥିଲା କି ନାହିଁ ଏବଂ କେଉଁ ପରିସ୍ଥିତିରେ ବକେୟା ଅର୍ଥ ଛାଡ଼ କରାଯାଇଥିଲା ତାହା ଜାଣିବାକୁ ଇଡି ଚେଷ୍ଟା କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande