


ସମ୍ବଲପୁର, ୩୦, ସେପ୍େଟମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୋଲିସ ଏକ ଘରୋଇ ଚୋରି ଘଟଣାର ତଦନ୍ତ କରି ସୁଦୂର ଚେନ୍ନାଇରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୋଲିସ ତଳପଦା ଅଂଚଳର ୨୪ ବର୍ଷିୟ ବିକାଶ ସାମଲ ଓ ବିଷ୍ଣୁ ମନ୍ଦିରପଡ଼ା ଅଂଚଳର ୩୩ ବର୍ଷିୟ ଜିତେନ୍ଦ୍ର ସାହାଙ୍କୁ ପୋଲିସ ଗିରଫ କରିଛି। ଏସମ୍ପର୍କରେ ବୁର୍ଲା ଥାନାରେ ହୋଇଥିବା ୪୦୯/୨୬ରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାନୁଯାୟୀ ବୁର୍ଲା ଭିଏସ୍ଏସ୍ୟୁଟି କଲୋନୀରେ ବନ୍ଦ ଥିବା ଏକ ଘରର ଲକ୍ ଭାଙ୍ଗି ଚୋରି କରାଯାଇଥିଲା। ଅଭିଯୋଗକାରିଣୀ ବନ୍ଦନା ଦେଓରିଆ (୩୮) ଗତ ୧୨.୦୯.୨୦୨୬ରେ ମା’ଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିଲେ। ଘରେ ତାଲା ପକାଇ ଯାଇଥିବା ବେଳେ ୨୦.୦୯.୨୦୨୬ରେ ଘରେ ଚୋରି ହୋଇଥିବା ଖବର ପାଇ ସେ ବୁର୍ଲା ଫେରିଥିଲେ। ଘରର ପ୍ରବେଶ ଦ୍ୱାର ଓ ଆଲମିରା ଭଙ୍ଗାଯାଇଥିବା ସହ ସୁନା, ରୁପା ଅଳଙ୍କାର, ଲାପଟପ୍, ମୋବାଇଲ୍, ଜୋତା ଓ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା।
ପୁଲିସର ବୈଜ୍ଞାନିକ ଟିମ୍, ଗୁପ୍ତଚର ଓ ବିଶ୍ୱସନୀୟ ସୂତ୍ର ମାଧ୍ୟମରେ ତଦନ୍ତ ଆଗକୁ ବଢ଼ାଯାଇଥିଲା। ତଦନ୍ତରୁ ବିକାଶ ସାମଲ ଚୋରି କରିବା ପରେ ଚେନ୍ନାଇ ପଳାଇଯାଇଥିବା ଜଣାପଡ଼ିଥିଲା। ଏହାପରେ ବୁର୍ଲା ପୁଲିସର ଏକ ଟିମ୍ ଚେନ୍ନାଇ ଯାଇ ତାଙ୍କୁ ଗିରଫ କରି ବୁର୍ଲା ଆଣିଥିଲା।
ପଚରାଉଚରା ବେଳେ ବିକାଶ ଚୋରି ଘଟଣା ସ୍ୱୀକାର କରିଥିବା ଏବଂ କିଛି ସୁନା ଅଳଙ୍କାର ଜିତେନ୍ଦ୍ର ସାହାଙ୍କୁ ବିକ୍ରି କରିଥିବା ପୁଲିସ ସୂଚନା ଦେଇଛି। ଅନ୍ୟାନ୍ୟ ସୁନା ଓ ରୁପା ଅଳଙ୍କାରକୁ ନିଜ ଘର ପଛପଟେ ମାଟି ତଳେ ପୋତି ରଖିଥିବା ଜଣାପଡ଼ିଛି।
ଜବତ ସାମଗ୍ରୀ
୭୮ ଗ୍ରାମ ସୁନା ଅଳଙ୍କାର
୧୪୫.୪୩୦ ଗ୍ରାମ ରୁପା ଅଳଙ୍କାର, ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ହାତଘଂଟା
ପ୍ରାୟ ୬୦ ହଜାର ଟଙ୍କାର ଲେନୋଭୋ ଲାପଟପ୍,
ପ୍ରାୟ ୨୦ ହଜାର ଟଙ୍କାର ଭିଣୋଇ ମୋବାଇଲ୍
ପ୍ରାୟ ୭୦ ହଜାର ଟଙ୍କାର ଡିୟର ଜୋତା
ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜବତ୍ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ୨୬ ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ଜଣାପଡିଛି । ଅଭିଯୁକ୍ତ ବିକାଶ ସାମଲଙ୍କ ବିରୋଧରେ ବୁର୍ଲା ଥାନାରେ ୨୦୧୭ରୁ ୨୦୨୫ ମଧ୍ୟରେ ୨୦ଟି ମାମଲା ରହିଥିବା ବେଳେ, ବରଗଡ଼ ଥାନାରେ ମଧ୍ୟ ୨୦୨୫ରେ ୧ଟି ମାମଲା ରହିଛି। ଫଳରେ ବିକାଶଙ୍କ ବିରୋଧରେ ମୋଟ ୨୧ଟି ପୂର୍ବ ମାମଲା ରହିଛି।
ଏହି ମାମଲାଗୁଡ଼ିକ ମଧ୍ୟରେ ଆଇପିସି, ବିଏନ୍ଏସ୍, ଆର୍ମସ୍ ଆକ୍ଟ ଓ ପୋକ୍ସୋ ଆକ୍ଟ ସମ୍ବନ୍ଧୀୟ ଧାରା ରହିଛି। ସେହିପରି ଅନ୍ୟ ଅଭିଯୁକ୍ତ ଇତେନ୍ଦ୍ର ସାହାଙ୍କ ବିରୋଧରେ ବୁର୍ଲା ଥାନାରେ ୨୦୧୫ରୁ ୨୦୨୪ ମଧ୍ୟରେ ୫ଟି ମାମଲା ରହିଛି। ଏହି ସମସ୍ତ ମାମଲା ବିହାର ଓ ଓଡ଼ିଶା ଅବକାରୀ ଆଇନ ଏବଂ ଓଡ଼ିଶା ଅବକାରୀ ଆଇନର ବିଭିନ୍ନ ଧାରାରେ ରୁଜୁ ଥିବା ଦସ୍ତାବିଜରୁ ଜଣାପଡ଼ିଛି।
ଉଭୟଙ୍କ ବିରୋଧରେ ପୂର୍ବରୁ ମୋଟ ୨୬ଟି ମାମଲା ରହିଥିବା ରେକର୍ଡରୁ ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ