ଫାଶୀମାଲ ଅଞ୍ଚଳରେ ବଢିଲା ବୁଲା କୁକୁରଙ୍କ ଆତଙ୍କ, କୁକୁର ଆକ୍ରମଣରେ ନାବାଳକ ଗୁରୁତର
ଫାଶୀମାଲ ଅଞ୍ଚଳରେ ବଢିଲା ବୁଲା କୁକୁରଙ୍କ ଆତଙ୍କ, କୁକୁର ଆକ୍ରମଣରେ ନାବାଳକ ଗୁରୁତର
ଫାଶୀମାଲ ଅଞ୍ଚଳରେ ବଢିଲା ବୁଲା କୁକୁରଙ୍କ ଆତଙ୍କ, କୁକୁର ଆକ୍ରମଣରେ ନାବାଳକ ଗୁରୁତର

ସମ୍ବଲପୁର, ୩୦, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ପଞ୍ଚାୟତ ଅଞ୍ଚଳରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଗତ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ୧୭ ଜଣ ବ୍ୟକ୍ତି କୁକୁର କାମୁଡ଼ାର ଶିକାର ହୋଇଥିବା ଜଣାପଡ଼ିଛି।

ଆଜି ଫାଶୀମାଲ ଗ୍ରାମର ସୁମତି ବାରଭାୟା (୬୦) ଓ ଗାରିଆବାହାଲ ଗ୍ରାମର ଶୁଭମ ନିଖଣ୍ଡିଆ (୧୧) ବୁଲା କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ଉଭୟଙ୍କୁ ଫାଶୀମାଲ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବଢ଼ୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ବୁଲା କୁକୁରଙ୍କ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande