ବଙ୍ଗଳାରେ ଓଡ଼ିଶାର ମେଡ଼ିକାଲ୍ ଛାତ୍ରୀଙ୍କ ସହିତ ଗଣ ଦୁଷ୍କର୍ମ, ଯାଂଚ ପାଇଁ ପହଂଚିଲେ ଏନ୍‌ଡିଡବ୍ଲ୍ୟୁ ଟିମ୍‌
କୋଲକାତା, ୧୧ ଅକ୍ଟୋବର(ହି.ସ.) – ପଶ୍ଚିମବଙ୍ଗରେ ପଶ୍ଚିମ ବର୍ଦ୍ଦୱାନ ଜିଲ୍ଲାର ଦୁର୍ଗାପୁରରେ ଓଡ଼ିଶାରୁ ଆସିଥିବା ମେଡ଼ିକାଲ୍ ଛାତ୍ରୀ ସହିତ ଗଣ ଦୁଷ୍କର୍ମ ମାମଲା ଆଗକୁ ଆସିଛି। ଘଟଣା ଶୁକ୍ରବାର ରାତିରେ ଘଟିଛି ବୋଲି ଜଣାଯାଇଛି, ଯେତେବେଳେ ଛାତ୍ରୀ ନିଜର ଜଣେ ବନ୍ଧୁ ସହିତ କଲେଜ ପରିସର ବାହାରେ ରାତ୍ରି
ବଙ୍ଗଳାରେ ଓଡ଼ିଶାର ମେଡ଼ିକାଲ୍ ଛାତ୍ରୀଙ୍କ ସହିତ ଗଣ ଦୁଷ୍କର୍ମ, ଯାଂଚ ପାଇଁ ପହଂଚିଲେ ଏନ୍‌ଡିଡବ୍ଲ୍ୟୁ ଟିମ୍‌


କୋଲକାତା, ୧୧ ଅକ୍ଟୋବର(ହି.ସ.) – ପଶ୍ଚିମବଙ୍ଗରେ ପଶ୍ଚିମ ବର୍ଦ୍ଦୱାନ ଜିଲ୍ଲାର ଦୁର୍ଗାପୁରରେ ଓଡ଼ିଶାରୁ ଆସିଥିବା ମେଡ଼ିକାଲ୍ ଛାତ୍ରୀ ସହିତ ଗଣ ଦୁଷ୍କର୍ମ ମାମଲା ଆଗକୁ ଆସିଛି। ଘଟଣା ଶୁକ୍ରବାର ରାତିରେ ଘଟିଛି ବୋଲି ଜଣାଯାଇଛି, ଯେତେବେଳେ ଛାତ୍ରୀ ନିଜର ଜଣେ ବନ୍ଧୁ ସହିତ କଲେଜ ପରିସର ବାହାରେ ରାତ୍ରି ଭୋଜନ କରିବାକୁ ଯାଇଥିଲା। ପୋଲିସ୍ ଅଭିଯୋଗ ଆଧାରରେ ଯାଂଚ ଆରମ୍ଭ କରିଛି।

ଶନିବାର ଦିନ ଘଟଣାକୁ ସ୍ପଷ୍ଟ କରି ପୋଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପିଡିତା ଓଡ଼ିଶାର ଜଳେଶ୍ୱରର ଏବଂ ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡ଼ିକାଲ୍ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ଘଟଣା ପରେ ତାକୁ ନିକଟତମ ହସ୍ପିଟାଲରେ ଭର୍ତି କରାଯାଇଛି, ସେଠାରେ ତା’ର ଚିକିତ୍ସା ଚାଲୁରହିଛି।

ଛାତ୍ରୀଙ୍କ ପରିବାର ଲୋକ କହିଛନ୍ତି ଯେ, ତାଙ୍କୁ ଶୁକ୍ରବାର ରାତିରେ ନିଜ ଝିଅର ବନ୍ଧୁ ଠାରୁ ଫୋନ୍‌ରେ ଘଟଣାର ସୂଚନା ମିଳିଥିଲା। ଏହାପରେ ସେମାନେ ଶନିବାର ସକାଳେ ଦୁର୍ଗାପୁର ପହଂଚିଥିଲେ ଏବଂ ଥାନାରେ ଅଭିଯୋଗ ରୁଜୁ କରିଥିଲେ। ଛାତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ ରାତି ପ୍ରାୟ ୧୦ଟାରେ ଯେତେବେଳେ ତାଙ୍କ ଝିଅ କଲେଜ ପରିସର ବାହାରକୁ ଯାଇଥିଲା, ସେତେବେଳେ ତିନିଜଣ ଅଜ୍ଞାତ ଯୁବକ ତାକୁ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ସାମୁହିକ ଦୁଷ୍କମ କରିଥିଲେ। ଅଭିଯୋଗ ଯେ ଯୁବକମାନେ ତା’ର ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ ଏବଂ କାହାକୁ କହିଲେ ପରିସ୍ଥିତି ଖରାପ ହେବ ବୋଲି ଧମକି ମଧ୍ୟ ଦେଇଥିଲେ।

ପୋଲିସ୍ କହିଛି ଯେ ପ୍ରାରମ୍ଭିକ ଯାଂଚରେ ଜଣାପଡ଼ିଛି ଯେ ଛାତ୍ରୀ ଶୁକ୍ରବାର ରାତ୍ରୀ ପ୍ରାୟ ୮ଟାରୁ ୮.୩୦ ମଧ୍ୟରେ ନିଜ ବନ୍ଧୁ ସହିତ ବାହାରକୁ ଯାଇଥିଲା। କିଛି ସମୟ ପରେ ତା’ର ବନ୍ଧୁ ସେଠାରୁ ପଳାଇଯାଇଥିଲା। ଏହାପରେ ତିନିଜଣ ଯୁବକ ସେଠାରେ ପହଂଚିଥିଲେ ଏବଂ ଘଟଣା ଘଟାଇଥିଲେ।

ପୋଲିସ୍ ଅଧିକାରୀ କହିଛନ୍ତି ଯେ ଛାତ୍ରୀଙ୍କ ବୟାନ ରୁଜୁ କରାଯାଇଛି। ତା’ର ବନ୍ଧୁକୁ ମଧ୍ୟ ପଚରାଉଚୁରା କରାଯାଇଛି। ଅଂଚଳର ସିସିଟିଭି ଫୁଟେଜ ଯାଂଚ କରାଯାଉଛି ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପ୍ରମାଣ ଖୋଜିବାରେ ଲାଗିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande