ଡେରାଡୁନ ୧୧ଅକ୍ଟୋବର
(ହି.ସ.)- ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଗଠିତ ଏକ ସଦସ୍ୟ
ବିଶିଷ୍ଟ ତଦନ୍ତ କମିଶନର ଅଧ୍ୟକ୍ଷ ଜଷ୍ଟିସ୍ (ଅବସରପ୍ରାପ୍ତ) ୟୁ.ସି. ଧ୍ୟାନୀ ଆଜି
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ ସରକାର ପରୀକ୍ଷାର ଶୁଦ୍ଧତା, ସ୍ୱଚ୍ଛତା ଏବଂ
ବିଶ୍ୱସନୀୟତା ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ସରକାର ରିପୋର୍ଟ ଯାଞ୍ଚ କରିବେ ଏବଂ
ପ୍ରାର୍ଥୀମାନଙ୍କ ସର୍ବୋତ୍ତମ ସ୍ୱାର୍ଥରେ ନିଷ୍ପତ୍ତି ନେବେ।ଉତ୍ତରାଖଣ୍ଡ ଅଧୀନସ୍ଥ
ସେବା ଚୟନ ଆୟୋଗ ପକ୍ଷରୁ ୨୧ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ପ୍ରତିଯୋଗୀ ପରୀକ୍ଷାରେ ପରିଚାଳିତ
ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସରକାର କମିଶନ ଗଠନ
କରିଥିଲେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ କମିଶନ କମ୍ ସମୟ ମଧ୍ୟରେ ଏକ ବଡ଼
ଜନଶୁଣାଣି କରିଛନ୍ତି, ପ୍ରାର୍ଥୀ ଏବଂ
ସମ୍ପୃକ୍ତ ପକ୍ଷଙ୍କଠାରୁ ପରାମର୍ଶ ଗ୍ରହଣ କରିଛନ୍ତି ଏବଂ ରିପୋର୍ଟ ପ୍ରଦାନ କରିଛନ୍ତି, ଯାହା ପ୍ରଶଂସନୀୟ। ସେ କହିଛନ୍ତି ଯେ ପ୍ରକରଣର ସିବିଆଇ
ତଦନ୍ତ ସଂସ୍ତୁତି କରାଯାଇଛି ,ଯାହାଦ୍ୱାରା
ମାମଲାର ସମ୍ପୂର୍ଣ୍ଣ ନିରପେକ୍ଷତା ସୁନିଶ୍ଚିତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା