ହୋସୁର, ଅକ୍ଟୋବର 12 (ହି.ସ.)। ହୋସୁର ନିକଟରେ ବେଙ୍ଗାଲୁରୁ-ଚେନ୍ନାଇ ଜାତୀୟ ରାଜପଥରେ ରବିବାର ସକାଳେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ରବିବାର ଭୋର 4ଟା ସମୟରେ ହୋସୁରରୁ କୃଷ୍ଣଗିରି ଦିଗକୁ ଯାଉଥିବା ଏକ କାର ପେରାଣ୍ଡାପଲ୍ଲି ଜଙ୍ଗଲ ଅଞ୍ଚଳ ଦେଇ ଯାଉ ଥିବା ବେଳେ ଆସୁଥିବା ଏକ ପିକଅପ ଟ୍ରକ୍ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା । କାର ର ପଛ ପଛ ଆସୁଥିବା ଏକ ଲରି ମଧ୍ୟ ସେଥିରେ ଧକ୍କା ଦେଇଥିଲା, ଫଳରେ ଅନ୍ୟାନ୍ୟ ଯାନବାହନମାନେ ମଧ୍ୟ ପରସ୍ପର ଧକ୍କା ହୋଇ ଥିଲେ ।
ଏହି ଦୁର୍ଘଟଣାରେ କାର ଭିତରେ ଥିବା ଚାରି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ଜଣେ ସଲେମ ଜିଲ୍ଲାର ଓମଲୁର ନିବାସୀ 30 ବର୍ଷୀୟ ମୁଗିଲନ୍ ବୋଲି ପରିଚୟ ମିଳିଛି। ସେ ବେଙ୍ଗାଳୁରୁର ଗୋଟିଏ ବେସରକାରୀ କୋଚିଂ ସେଣ୍ଟରରେ ୟୁ.ପି.ଏସ୍.ସି. ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ବୋଲି ଜଣାପଡ଼ିଛି। ପୋଲିସ ଅନ୍ୟ ତିନି ଜଣଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି । ପୋଲିସ ମାମଲାର ତଦନ୍ତ ଜାରୀ ରଖିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ