ହମାସ ବନ୍ଧକଙ୍କୁ ମୁକ୍ତ ମାମଲା, ନୂତନ ତାଲିକାରେ ନେପାଳର ବିପିନ ଜୋଶୀଙ୍କ ନାମ ସାମିଲ୍
କାଠମାଣ୍ଡୁ, ୧୨ ଅକ୍ଟୋବର (ହି.ସ.)- ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମାର ପ୍ରାରମ୍ଭିକ ପର୍ଯ୍ୟାୟର ଅଂଶ ଭାବରେ ସୋମବାର ଦିନ ମୁକ୍ତି ପୂର୍ବରୁ ବଂଚିଥିବା ବନ୍ଧକଙ୍କ ତାଲିକାରେ ନେପାଳୀ ନାଗରିକ ବିପିନ ଜୋଶୀଙ୍କ ନାମ ମଧ୍ୟ ସାମିଲ୍ ହୋଇଛି । ରବିବାର, ଟାଇମ୍ସ ଅଫ୍ ଇସ୍ରାଏଲ ଏବଂ
ହମାସ ବନ୍ଧକଙ୍କୁ ମୁକ୍ତ ମାମଲା, ନୂତନ ତାଲିକାରେ ନେପାଳର ବିପିନ ଜୋଶୀଙ୍କ ନାମ ସାମିଲ୍


କାଠମାଣ୍ଡୁ, ୧୨ ଅକ୍ଟୋବର (ହି.ସ.)- ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମାର ପ୍ରାରମ୍ଭିକ ପର୍ଯ୍ୟାୟର ଅଂଶ ଭାବରେ ସୋମବାର ଦିନ ମୁକ୍ତି ପୂର୍ବରୁ ବଂଚିଥିବା ବନ୍ଧକଙ୍କ ତାଲିକାରେ ନେପାଳୀ ନାଗରିକ ବିପିନ ଜୋଶୀଙ୍କ ନାମ ମଧ୍ୟ ସାମିଲ୍ ହୋଇଛି ।

ରବିବାର, ଟାଇମ୍ସ ଅଫ୍ ଇସ୍ରାଏଲ ଏବଂ ୱାଶିଂଟନ ପୋଷ୍ଟ ରିପୋର୍ଟ କରିଛି ଯେ, ବିପିନ ଜୋଶୀ ଜୀବିତ ଥିବା ନିଶ୍ଚିତ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି । ପୂର୍ବ ତାଲିକାରେ ବିପିନ ଜୋଶୀଙ୍କ ଅବସ୍ଥା ଅଜ୍ଞାତ ଭାବରେ ତାଲିକାଭୁକ୍ତ କରାଯାଇଥିଲା । ତଥାପି, ହମାସ ନେତାଙ୍କ ଉଦ୍ଧୃତି ଦେଇ ୱାଶିଂଟନ ପୋଷ୍ଟ, ଦି ଟାଇମ୍ସ ଅଫ୍ ଇସ୍ରାଏଲ ଏବଂ ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା ପ୍ରକାଶିତ ନୂତନ ତାଲିକା ସେ ଜୀବିତ ଥିବା ନେଇ ନିଶ୍ଚିତ କରିଛି ।

ବର୍ତମାନ ଜୀବିତ ଥିବା ବିଶ୍ୱାସ କରାଯାଉଥିବା ସମସ୍ତ ବନ୍ଧକ ପୁରୁଷ, ଯାହାଙ୍କ ମଧ୍ୟରୁ ଅଧିକାଂଶ ୨୦ ଏବଂ ୩୦ ବର୍ଷ ବୟସ ମଧ୍ୟରେ ବୋଲି କୁହାଯାଉଛି । ଅସ୍ତ୍ରବିରତିର ପୂର୍ବ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ମହିଳା, ପିଲା ଏବଂ ପୁରୁଷମାନଙ୍କୁ ମୁକ୍ତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande