ଅକ୍ଟୋବର 15ରେ ବିହାରର ବିଜେପି କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 12 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅକ୍ଟୋବର 15ରେ ବିହାରର ବିଜେପି କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବେ । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ଆସନ୍ତା ଅକ୍ଟୋବର 15ରେ ମୁଁ ଏପରି ନିଷ୍ଠାବାନ୍ କାର୍ଯ୍ୟକର୍ତ
ଅକ୍ଟୋବର 15ରେ ବିହାରର ବିଜେପି କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 12 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅକ୍ଟୋବର 15ରେ ବିହାରର ବିଜେପି କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିବେ । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ,ଆସନ୍ତା ଅକ୍ଟୋବର 15ରେ ମୁଁ ଏପରି ନିଷ୍ଠାବାନ୍ କାର୍ଯ୍ୟକର୍ତ୍ତାମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇବି। ବିହାରରେ ଭାରତୀୟ ଜନତା ପାର୍ଟି (ବିଜେପି)–ଏନଡିଏ ମେଂଟର ବିଜୟ ପାଇଁ ଆମର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ପୂର୍ଣ୍ଣ ଉର୍ଜା ସହିତ କାମ କରୁଛନ୍ତି।ଏପରି କର୍ମଠ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା ସଦା ନୂଆ ପ୍ରେରଣା ଦେଇଥାଏ।ମୋର ଆହ୍ୱାନ ହେଉଛି , ଆପଣମାନେ ସମସ୍ତେ ‘ମୋର ବୁଥ ସବୁଠାରୁ ଶକ୍ତିଶାଳୀ’ ଅଭିଯାନରେ ଯୋଗଦିଅନ୍ତୁ ଏବଂ ନିଜର ପରାମର୍ଶ ଆଜି ହିଁ ସେୟାର କରନ୍ତୁ।ଚୟନିତ କେତେକ କାର୍ଯ୍ୟକର୍ତ୍ତାଙ୍କ ସହ ମୁଁ ସେମାନଙ୍କ ପରାମର୍ଶ ବିଷୟରେ ସିଧାସଳଖ ଆଲୋଚନା କରିବି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande